ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ରିପୋର୍ଟ – ସୋନାଲି 23.1.2020 :- ଅମର ସେହି ବ୍ୟକ୍ତିମାନେ, ଯାହାଙ୍କ ପାଇଁ ଆମ ଦେଶ ସ୍ୱାଧୀନ ହେଲା ଓ ଆମେ ଆଜି ସ୍ୱାଧୀନତାର ଅପାର ମଧୁରତା ଅନୁଭବ କରୁଛେ । ଆମେ ସୁଖଶାନ୍ତିରେ ଜୀବନ ଧାରଣ କରିବା ନିମନ୍ତେ ବହୁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସର୍ଗ ଭଳି କିଛି ମହାନ ବ୍ୟକ୍ତିତ୍ୱ ମାନଙ୍କ ମଧ୍ୟରୁ ଆସନ୍ତୁ ଆମେ ଜାଣିବା ଏପରି ଜଣେ ମହାନ ବ୍ୟକ୍ତିଙ୍କ ବିଷୟରେ, ଯାହାରଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ହୋଇ ରହିଛି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଭଳି ମହାନ ବ୍ୟକ୍ତି ୨୩ ଜାନୁଆରୀ ୧୮୯୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର କଟକ ଜିଲ୍ଲାରେ ତାଙ୍କର ଜନ୍ମ ହୋଇଥିଲା। ପିତା ଜାନକୀନାଥ ବୋଷ ଜଣେ ସୁନାମଧନ୍ୟ ଓକିଲ ଥିଲେ ଓ ତାଙ୍କ ମାତାଙ୍କ ନାମ ପାର୍ବତୀ ଦେବୀ । ନେତାଜୀ ଖୁବ ବୁଦ୍ଧିମାନ ଥିଲେ । କଲିକତାର ପ୍ରେସିଡ଼େନସି କଲେଜରୁ ସେ ବି.ଏ ପାସ କରିଥିଲେ । ସେ ସ୍ୱାମୀ ବିବେକାନନ୍ଦଙ୍କ ନୀତିରେ ବହୁ ମାତ୍ରାରେ ଅନୁପ୍ରାଣିତ ହୋଇଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ନିମନ୍ତେ ଭାରତୀୟ ବେସାମରିକ ସେବାରୁ (ଇଣ୍ଡିଆନ ସିଭିଲ ସର୍ଭିସ୍) ପଦବୀରୁ ଇସ୍ତଫା ଦେଇ ଭାରତକୁ ଫେରି ଆସିଥିଲେ ଓ ଦେଶ ପାଇଁ କାରାଗାରକୁ ମଧ୍ୟ ଯାଇଥିଲେ । ଏହିପରି ବିଭିନ୍ନ ସମୟରେ ବହୁବାର ଦେଶ ପାଇଁ ସେ କାରାବରଣ କରିଥିଲେ । ଭାରତୀୟ ଜାତୀୟ କଂଗ୍ରେସରେ ସେ ଚିତ୍ତରଞ୍ଜନ ଦାସଙ୍କ ତତ୍ତ୍ୱବଧାନରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ୧୯୨୨ରେ ସ୍ୱରାଜ ପାର୍ଟିର ଗଠନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ଠାରୁ ସେ ଇଂରେଜମାନଙ୍କ ପ୍ରତି କୌଣସି ପ୍ରସ୍ତାବରେ ସମର୍ଥନ ଜଣାଇ ନ ଥିଲେ । ତାଙ୍କର ଏକ ଆହ୍ୱାନ ଥିଲା ‘ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ ଏହି ଧ୍ୱନୀକୁ ସେ ଦେଶ ବାସୀଙ୍କ ମଧ୍ୟରେ ରଚିଥିଲେ ଏକ ନୂତନ ଚେତନା । କାରାଗାରରେ ଥିବା ସମୟରେ ସେ ଅନଶନ ମଧ୍ୟ କରିଥିଲେ । ସେ ସ୍ୱାଧୀନତା ହାସଲ ପାଇଁ ‘ଆଜାଦ ହିନ୍ଦ ଫୌଜ’ ଗଠନ କରିଥିଲେ । ଆଜାଦ ହିନ୍ଦ ଫୌଜ ଇଂରେଜଙ୍କ ସହ ଯୁଦ୍ଧ କରି ଅନେକ ଅଞ୍ଚଳକୁ ମୁକ୍ତ କରିଥିଲେ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ମାତ୍ର ଆଜି ଯାଏଁ ନେତାଜୀ ଜୀବିତ କି ମୃତ ସେ ବିଷୟରେ ବିତର୍କ ଚାଲିଛି ଅମର ସେହି ବ୍ୟକ୍ତିମାନେ, ଯାହାଙ୍କ ପାଇଁ ଆମ ଦେଶ ସ୍ୱାଧୀନ ହେଲା ଓ ଆମେ ଆଜି ସ୍ୱାଧୀନତାର ଅପାର ମଧୁରତା ଅନୁଭବ କରୁଛେ । ଆମେ ସୁଖଶାନ୍ତିରେ ଜୀବନ ଧାରଣ କରିବା ନିମନ୍ତେ ବହୁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି ।
ଆଜି ହେଉଛି ଭାରତ ମାତାର ଦୁଇ ସୁଯୋଗ୍ୟ ସନ୍ତାନ,ସୁରେନ୍ଦ୍ର ସାଏ ଏବଂ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ । ଏହି ଦୁଇ ମହାନ ବ୍ୟକ୍ତିତ୍ୱଙ୍କୁ ତାଙ୍କ ଜନ୍ମ ଜୟନ୍ତୀରେ ଓଡିଶା ତାଜା ନ୍ୟୁଜ୍ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

Related Content
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା
by
Proprietor Abhimanyu Maharana
September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption
by
Proprietor Abhimanyu Maharana
September 9, 2026
TPWODL Joins 3rd National Lok Adalat to Facilitate Resolution of Electricity Theft Cases
by
Proprietor Abhimanyu Maharana
September 9, 2026
ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍
by
Proprietor Abhimanyu Maharana
September 9, 2026
ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା
by
Proprietor Abhimanyu Maharana
September 9, 2026
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା
by
Proprietor Abhimanyu Maharana
September 9, 2026