ମାନସିକ ଅନଗ୍ରସର ଯୁବତୀଙ୍କୁ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ: ବୃଦ୍ଧ ଥାନାରେ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ ( ୨ଡିସେମ୍ବର ଶନିବାର ) ହିଞ୍ଜିଳିକାଟୁ  :-  ହିଞ୍ଜିଳି ଥାନା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ଯୁବତୀଙ୍କୁ ସଂପୃକ୍ତ ଗ୍ରାମର ଜଣେ ୫୫ ବର୍ଷିୟା ବୃଦ୍ଧ ଦୁଷ୍କର୍ମ ଅଭିଯୋଗ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଯୁବତୀଙ୍କ ମା’ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ୪୬୦/୨୦ ରେ ଏକ ମାମଲା ରୁଜୁ କରି ପୁଲିସ ସଂପୃକ୍ତ ବୃଦ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି ।

ପୁଲିସ ସୁତ୍ରରୁ ପ୍ରକାଶ ଯେ, ଶୁକ୍ରବାର ପୂର୍ବାହ୍ନରେ ହିଞ୍ଜିଳି ଥାନା ଅଞ୍ଚଳର ଏକ ଗ୍ରାମର ଜଣେ ମାନସିକ ଅନଗ୍ରସର ଯୁବତୀ ଉପର ଘରେ ଏକାକୀ ଥିଲେ । ଏହି ସମୟରେ ସଂପୃକ୍ତ ଗ୍ରାମର ଜଣେ ୫୫ ବୟସ୍କ ବୃଦ୍ଧ ମହିଳାଙ୍କ ଘରକୁ ଉଦ୍ଧାର ଦେଇଥିବା ଟଙ୍କା ଆଦାୟ କରିବା ପାଇଁ ଯାଇଥିଲେ । ମହିଳା ଜଣଙ୍କ ଘରର ବାରିପଟେ ଠାକୁର ପୂଜା କରୁଥିବାର ସୁଯୋଗ ନେଇ ବୃଦ୍ଧ ଜଣକ ଉପର ଘରକୁ ଯାଇ ମାନସିକ ଅନଗ୍ରସର ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ଯୁବତୀଙ୍କ ଚିତ୍କାର ଶୁଣି ମ‌ହିଳା ଜଣକ ଉପର ଘରକୁ ଯିବାରୁ ବୃଦ୍ଧ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।
(ରିପୋର୍ଟ : ଶୁସାନ୍ତ ପ୍ରଧାନ, ହିଞ୍ଜିଳିକାଟୁ )

Exit mobile version