ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଡିସେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ଚର୍ଚ୍ଚରେ ପବିତ୍ର ବଡ଼ ଦିନ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି । ସହରର ହାଇସ୍କୁଲ ଛକ ନିକଟରେ ଥିବା ସେଣ୍ଟି ନେରି ବାପିଷ୍ଟ ଚର୍ଚ୍ଚ ଠାରେ ଆଜି ସମୂହ ପ୍ରାର୍ଥନା କରାଯାଇ ଥିବା ସେହି ଭଳି ସହରର ସେଣ୍ଟ ଜୋସେଫେ ଚର୍ଚ୍ଚ ଠାରେ ଚର୍ଚ୍ଚର ମୁଖ୍ୟ ଯାଜକ ଥୋମସଙ୍କ ଦ୍ଵାରା ସମୂହ ପ୍ରାର୍ଥନା ଖ୍ରୀଷ୍ଟ ଧର୍ମାଲମ୍ବୀ ଭାଇ ଭଉଣି ମାନେ ସମୂହ ପ୍ରାର୍ଥନା ସାମାଜିକ
ଦୂରତା ରକ୍ଷା କରି କରିଥିଲେ । ସେହିଭଳି ସହରର W.M.E ଚର୍ଚ୍ଚ ଠାରେ ସାମାଜିକ ଦୂରତା ରକ୍ଷା କରି ସମୂହ ପ୍ରାର୍ଥନା ଅନୁଷ୍ଠିତ ହେବାର ଦେଖିବାକୁ ମିଳିଛି । ଏହି ଚର୍ଚ୍ଚ ସଭାପତି ଡ଼ ପି.ପ୍ରଦୀପ କୁମାର ଓ ପାସ୍ଟର ପୋମଦ କୁମାର ନାୟକଙ୍କ ଉପସ୍ଥିତିରେ ସମୂହ ପ୍ରାର୍ଥନା ଖ୍ରୀଷ୍ଟଧର୍ମାଲମ୍ବୀ ଭାଇ ଭଉଣୀମାନେ ସମୂହ ପ୍ରାର୍ଥନା କରିବା ବେଳେ ସାମାଜିକ ଦୂରତା ରକ୍ଷା କରି ମାସ୍କ ପରିଧାନ କରିବା ସହ ସାନିଟାଇଜର ବ୍ୟବହାର କରିଥିଲେ । (ରିପୋର୍ଟ ଗରୁଡ଼ ଧ୍ୱଜ ଚୌଧୁରୀ )

