ସୁନାମୁହିଁ ଓଁ ଶାନ୍ତି ପୀଠରେ ପ୍ରବକ୍ତାଙ୍କ କଟୁ ଭାଷାକୁ କେନ୍ଦ୍ର କରି ବିବାଦ

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଡିସେମ୍ବର ଶୁକ୍ରବାର ) ଓଡ଼ଗାଁ :-  ଓଡ଼ଗାଁ ବ୍ଲକ ସୁନାମୁହିଁ ଓଁଶାନ୍ତି ପୀଠରେ ପ୍ରବକ୍ତାଙ୍କ କଟୁଭାଷାକୁ କେନ୍ଦ୍ର କରି ବିବାଦ ଉପୁଜି ଥିବା ସହିତ ବ୍ରାହ୍ମଣସମାଜ ଧାରଣାରେ ବସିଥିଲେ , ତେବେ ଓଡ଼ଗାଁ ଆଦର୍ଶ ଥାନା ଆଇଆଇସି ପ୍ରଜ୍ଞା ପରାମିତା ଜେନାଙ୍କ ନିର୍ଦ୍ଧେଶରେ ତଦନ୍ତ କାରୀ ଅଫିସର ରମେଶ ଚନ୍ଦ୍ର ବେହେରା ଓ ମହିଳା ଓ ଶିଶୁ ଡେ଼କ୍ସ ଅଧିକାରିଣୀ ସ୍ନେହଲତା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଛନ୍ତି ବ୍ରାହ୍ମଣ ମାନେ ।

ଆସନ୍ତା କାଲି ଅପରାହ୍ନ ୩ଟା ସମୟେ ସ୍ଥାନୀୟ ଶିବମନ୍ଦିର ପରିସରରେ ଏନେଇ ବୈଠକ ବସି ସମାଧାନ କରାଯିବା ପାଇଁ ନିଷ୍ପତି ହୋଇଥିବା ଜଣାପଡିଛି । ତେବେ ଉକ୍ତ ବୈଠକରେ ସ୍ଥାନୀୟ ଗ୍ରାମବାସୀ, ସରପଞ୍ଚ ,ପୋଲିସ ଓ ଉଭୟ ଗୋଷ୍ଠୀ ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିବା ପାଇଁ ପୋଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version