ହନୁମୁନ୍ତିଆ ସେବା ସମବାୟ ସମିତିରେ ଧାନ ମଣ୍ଡିର ଶୁଭାରମ୍ଭ

CREATOR: gd-jpeg v1.0 (using IJG JPEG v62), quality = 82

ଓଡ଼ିଶା ତାଜା ନ୍ୟୁଜ୍ ( ୨୫ ଡିସେମ୍ବର ଶୁକ୍ରବାର ) ଓଡ଼ଗାଁ :- ଚାଷୀଙ୍କ ଠାରୁ ଆରମ୍ଭ ହେଲା ଧାନ ସଂଗ୍ରହ ପ୍ରକ୍ରିୟା । ଜିଲ୍ଲା ପ୍ରଶାସନତଥା ଯୋଗାଣ ବିଭାଗ ତରଫରୁ ଏ ନେଇ ତତ୍ପରତା ପ୍ରକାଶ ଦେଖାଇଛି । ଚଳିତ ବର୍ଷ ସମୁଦାୟ ୨୯୪ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ପୂର୍ବ ବର୍ଷ ୨୫୪ ଜଣ ଚାଷୀ ପଞ୍ଜିକରଣ କରିଥିଲେ ଯାହାକି ଚଳିତ ବର୍ଷ ୪୦ ଜଣ ଚାଷୀ ଅଧିକ ପଞ୍ଜିକରଣ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ କୁରାଳସେବା ସମବାୟ ସମିତି ପୂର୍ବତନ ସଭାପତି ତଥା ନିତିଦିନ ଖବରକାଗଜ ସାମ୍ବାଦିକ ଗଣେଶ୍ୱର ସାହୁ ଯୋଗ ଦେଇ ଧାନମଣ୍ଡି ଶୁଭାରମ୍ଭ କରିଥିଲେ ।

ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଥମ ଚାଷୀଭାବେ ଶୁକୁରିଆ ଦାସ ନାମକ ଜଣେ ଚାଷୀଙ୍କ ଠାରୁ ୧୮୬୮ ଟଙ୍କା ଦରରେ ୬ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇ ଅଛି । ଆଜିର କାର୍ଯ୍ୟକ୍ରମରେ ମିଲର ରାମେଶ୍ୱର ପାତ୍ର ,ଲିଙ୍ଗରାଜ ତ୍ରିପାଠୀ ,ଏବଂ ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ତୋଷ କୁମାର ନାୟକ ଆମୂଳଚୂଳଭାବେ ପରିଚାଳନା କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ କ ରୋନା କଟକଣା ମଧ୍ୟରେ ମାସ୍କ ଏବଂ ସାନିଟାଇଜର ପରିଧାନ କରିଥିବା ପରିଲକ୍ଷିତ ହୋଇଥିଲା । ( ଓଡ଼ଗାଁ ରିପୋର୍ଟ – ଅଶ୍ଵିନୀ କୁମାର ସାହୁ )

Exit mobile version