ରାୟଗଡ ବ୍ଲକରେ ଶାନ୍ତିଶୃଙ୍ଖଳା ସହ ବଡ଼ଦିନ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୨୫ ଡିସେମ୍ବର ଶୁକ୍ରବାର )ରାୟଗଡ /ଗଜପତି   :- ରାୟଗଡ ବ୍ଲକ ତଥା ଆଖ ପାଖ ଅଞ୍ଚଳରେ ବାପଟିଷ୍ଟି ମଣ୍ଡଳୀ , ସୌରା ଖ୍ରୀଷ୍ଟିଆନ ମଣ୍ଡଳୀ ପକ୍ଷରୁ ଆଜି ବଡ଼ଦିନ ପାଳନ ହୋଇ ଯାଇଅଛି l ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ଼ଦିନ ପାଳନ ହୋଇଥିବା ଦେଖିବାକୁ ମିଳିଥିଲା କୋରନା ଯୋଗୁଁ ବଡ଼ଦିନ ପାଳନ ଫିକା ପଡିଥିବା ଦେଖିବାକୁ ମିଳିଥିଲା l ରାୟଗଡ ମଣ୍ଡଳୀର ପାଳକ ଗିଦିୟନ ମିଶାଲଙ୍କ ନେତୃତ୍ୱରେ ଉକ୍ତ ବଡଦିନ ପାଳନ କରାଯାଇଥିବା ଦେଖିବା ମିଳିଥିଲା ସେହିପରି

ରାୟଗଡ ବ୍ଲକ ର ସମସ୍ତ ଆଦିବାସୀ ଓ ପାଣ ଖ୍ରୀଷ୍ଟଆନ ସଂପ୍ରଦାୟର ର ଲୋକେ ଶାନ୍ତି ଶୃଙ୍ଖଳା ସହିତ ବଡ଼ ଦିନ ପାଳନ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି l ଚର୍ଚ୍ଚ ମାନଙ୍କରେ ରଙ୍ଗ ବି ରଙ୍ଗ ସାଜ ସ୍ଵଜ ରେ ଅତି ସୁନ୍ଦର ଭାବରେ ସାଜସ୍ଵଜା ହୋଇଥିବା ଦେଖିବାକୁ ମିଳୁଛି ଉକ୍ତ ବଡ଼ଦିନ ରେ ନୂତନ ପୋଷାକ ପିନ୍ଧିବା ସହ ପିଠାପଣା କରି ମଜା ନେଉଥିବା ମଧ୍ୟ ଅତିଶାନ୍ତିର ସହିତ ପାଳନ କରାଯାଅଛି l ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ରାୟଗଡ ପୁଲିସପକ୍ଷରୁ ସମସ୍ତ ଚର୍ଚ୍ଚ ଗୁଡିକରେ ସୁରକ୍ଷା କରାଯାଇ ଥିଲା l (ଗଜପତି ରାୟଗଡ ସଞ୍ଜୀବ କୁମାର ପାଣି )

Exit mobile version