ପାରାଦୀପରେ ଜାତୀୟ ଖାଉଟି ଦିବସ ପାଳିତ 

ଓଡ଼ିଶା ତାଜା ନ୍ୟୁଜ (୨୫ ଡିସେମ୍ବର ଶୁକ୍ରବାର )ପାରାଦୀପ :- ଅଖିଳ ଭାରତୀୟ ଗ୍ରାହକ କଲ୍ୟାଣ ପରିଷଦ ଜଗତସିଂହପୁର ତରଫରୁ ଜାତୀୟ ଖାଉଟି ଦିବସ ପାଳିତ ହୋଇଯାଇଛି । ପାରାଦୀପ ସ୍ଥିତ ବିଜୁମେମୋରିଆଲ ଟ୍ରଷ୍ଟ ପରିସର ରେ ଆୟୋଜିତ ଉତ୍ସବରେ ସଭାପତି ସୁନାକର ବେହେରାଙ୍କ ଅଧ୍ୟକ୍ଷତାରେ ସଂଗଠନର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ପୂର୍ବତନ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ ଯୋଗଦେଇ ଖାଉଟି ମାନଙ୍କ ଅଧିକାର ନେଇ ଜନସଚେତନତା ର ଆବଶ୍ୟକତା ସମ୍ପର୍କରେ କହିଥିଲେ ।

ରାଜ୍ୟ ସମ୍ପାଦକ ଅରୁଣ କୁମାର ପାଣି, ଜଗତସିଂହପୁର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶଶାଙ୍କ ଶେଖର ଆଚାର୍ଯ୍ୟ, ଭ୍ରମରବର ମହାପାତ୍ର, ଉପସଭାପତି ବିଚିତ୍ରାନନ୍ଦ ବିଶ୍ବାଳ, ରାଜ୍ୟ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଓଝା, ସ୍ତମ୍ଭକାର ଅକ୍ଷୟ କୁମାର ରାଉତ, କୁଜଂଗ ବ୍ଲକ ସମ୍ପାଦକ ମନୋଜ ପାତ୍ର, ଏରସମା ବ୍ଲକ ସଭାପତି ଶୁଶାନ୍ତ ସ୍ବାଇଁ, ବାବୁରାମ ଚୌଧୁରୀ, ଜାମିନିକାନ୍ତ୍ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ( ରିପୋର୍ଟ – ରଶ୍ମି ରଂଜନ ଖୁଣ୍ଟିଆ )

Exit mobile version