ଗାଳ୍ପିକା ଡଃ ସନ୍ତୋଷିନୀ ବାବୁଙ୍କ ଷଷ୍ଠ ଓଡିଆ ଗଳ୍ପ ସଙ୍କଳନ ” ଶୂନ୍ଯ ସବାରୀ ” ଉନ୍ମୋଚିତ ହୋଇ ଯାଇଛି – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର୨୦୨୦,ଗୁରୁବାର ପଦ୍ମପୁର :- କୋଭିଡ କଟକଣା ଭିତରେ,ପଦ୍ମପୁର ଆର ବି ହାଇସ୍କୁଲ ର ସମ୍ମିଳନୀ କକ୍ଷରେ ଗାଳ୍ପିକା ଡଃ ସନ୍ତୋଷିନୀ ବାବୁଙ୍କ ଷଷ୍ଠ ଓଡିଆ ଗଳ୍ପ ସଙ୍କଳନ ” ଶୂନ୍ଯ ସବାରୀ ” ଉନ୍ମୋଚିତ ହୋଇ ଯାଇଛି । ନାଟ୍ଯକାର ଅଶୋକ ବହିଦାରଙ୍କ ସଂଯୋଜିତ ଆସର ରେ ଗୁରୁ ପ୍ରକାଶନୀର ସଭାପତି ପ୍ରଫେସର ମହେନ୍ଦ୍ର ଭୋଇ ଅଧ୍ୟକ୍ଷତାରେ କରିଥିବା ବେଳେ ସଂପାଦକ ଡଃ ମାନ ଭଞୀନ ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ଥାନା ଅଧିକାରୀ ଶ୍ରୀ ମାନସ ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି,ନିଜେ ଗାଳ୍ପିକା ତଥା ସମୀକ୍ଷକ ଅଧ୍ୟାପକ ଦୁର୍ଗାଶୀଷ ପଟ୍ଟନାୟକ ମଞ୍ଚସୀନ ଥିଲେ ।

ବାଗଦେବୀ ସରସ୍ବତୀଙ୍କ ଫଟୋ ଚିତ୍ରରେ ପୂଜା ଅର୍ଚ୍ଚନା ପରେ ମୁଖ୍ୟ ଅତିଥି ପୁସ୍ତକ ଉନ୍ମୋଚନ କରି ଅବକ୍ଷୟ ଆଡକୁ ଗତିଶୀଳ ସାଂପ୍ରତିକ ସମାଜକୁ ସୁରକ୍ଷିତ ରଖିବା ପାଇଁ ସାରସ୍ବତ ସୃଷ୍ଟି ଗୁଡିକର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବାରଟି ଗଳ୍ପକୁ ନେଇ ଏଇ ସଂକଳନ କୁ ଚମତ୍କାର ଶୈଳୀରେ ସମୀକ୍ଷା କରିଥିଲେ ଅଧ୍ୟାପକ ପଟ୍ଟନାୟକ । ଗାଳ୍ପିକା ସଂକଳନ ସଂପର୍କିତ ଅଙ୍ଗେ ନିଭା କଥା ଭାଷଣ ପ୍ରସଙ୍ଗରେ ଶୁଣାଇ ଥିଲେ । ଏଇ ଆସରରେ ମନୋ ରଞ୍ଜନ ସିଂ ବରିହା,ତୀର୍ଥ ବାସୀ ପଣ୍ତା,ସରୋଜ ଭୁଏ,ଡଃ ପ୍ରମୋଦ କୁମାର ପାଢୀ,ଜଗନ୍ନାଥ ବଢେଇ,ମୀନ କେତନ ସାହୁ,ପ୍ରୀତି ରଞ୍ଜନ ପ୍ରଧାନ,ରାଜେନ୍ଦ୍ର ମହାନ୍ତି,ଶେଷ ଦେବ ମେହେର,ଯଶୋବନ୍ତ ବିଶ୍ବାଳ,ସୁଶାନ୍ତ ବଢେଇ, ଅଧ୍ୟାପକ ସମୀର ନାଗ,ତରଣୀ ସେନ ଦ୍ବାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଡଃ ଜୟ କେତନ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।(ବରଗଡ଼ ଜିଲ୍ଳା ପଦ୍ମପୁର ରିପୋର୍ଟ /ନିରୋଜ କୁମାର ପାଣୀ )

 

Exit mobile version