ଡାକ୍ତର ସୁସ୍ମିତା ଦାଶଙ୍କ ଉଦ୍ୟମକୁ ପ୍ରଶଂସା – ବରଗଡ଼

 ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର ୨୦୨୦, ଗୁରୁବାର ପଦ୍ମପୁର :- ଉଭୟ ସ୍ବାମୀ ସ୍ତ୍ରୀ ଦେଖି ପାରନ୍ତି ନାହିଁ ଏପରି ସମୟରେ ସ୍ତ୍ରୀ ଆଠମାସର ଗର୍ଭବତୀ ଅସୁବିଧା କହିଲେ ନସରେ। ଏହି ଖବରଟି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଡଡ଼ଙ୍ଗାପାଲି ଗ୍ରାମର ଅଜିତ ଜାଲ ଏବଂ ତାଙ୍କ ସ୍ତ୍ରୀ ସୁଷମା ଚାନ୍ଦଙ୍କ ବିଷୟ ବିଶ୍ବଖବର ପୋର୍ଟାଲ ସହିତ ଅନେକ ଖବରକାଗଜରେ ପ୍ରକାଶ ପାଇଥିଲା । ଏହି ଖବରଟି ଜାଣିବା ପରେ ଜଣେ ଦରଦୀ ମଣିଷର ହୃଦୟ ଭିତରେ ଆନ୍ଦୋଳିତ କରିବା ସ୍ବାଭାବିକ କଥା ଏହାହିଁ ହେଲା ବରଗଡ଼ ର ଜଣାଶୁଣା ସମାଜସେବୀ ତଥା ସ୍ତ୍ରୀ ପ୍ରସୂତୀ ବିଶେଷଜ୍ଞା ଡାକ୍ତର ସୁସ୍ମିତା ଦାଶଙ୍କ କ୍ଷେତ୍ରରେ ।

ସଙ୍ଗେ ସଙ୍ଗେ ତାଙ୍କର ଅନ୍ତରଆତ୍ମାର ଆଦେଶ ଅନୁସାରେ ଡାକ୍ତର ଦାଶ ଡଡଙ୍ଗାପାଲି ଗ୍ରାମକୁ ପହଞ୍ଚି ଯାଇଥିଲେ।ସେଠାରେ ଗର୍ଭବତୀ ଥିଲା ସୁଷମାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅତ୍ୟାବଶ୍ୟକୀୟ ଔଷଧ ପ୍ରୋଟିନ ପାଉଡ଼ର ଏବଂ କିଛି ଆର୍ଥିକ ସହଯୋଗ କରିଥିଲେ। ଏତିକିରେ ଡାକ୍ତର ଦାଶଙ୍କ କର୍ତ୍ତବ୍ୟ ସରିନଥିଲା ଶିଶୁଟି କିପରି ସୁସ୍ଥ ଏବଂ ସୁରକ୍ଷିତ ଜନ୍ମ ହେବ ସେଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ବୈଦୁତିକ ଗଣମାଧ୍ୟମରେ ବାଇଟ ଯୋଗେ ପ୍ରତିଶ୍ରୁତି ଦେଇଥିଲେ। ଡାକ୍ତର ଦାଶଙ୍କ ସାଧୁ ଉଦ୍ୟମକୁ ଉପସ୍ଥିତ ଗ୍ରାମବାସୀ ତଥା ସମାଜସେବୀ ସୁବ୍ରତ କୁମାର ବିର୍ତ୍ତିଆ କୃତଜ୍ଞତା ଜ୍ଞାପନ କରିଛନ୍ତି ।(ବରଗଡ଼ ଜିଲ୍ଳା ପଦ୍ମପୁର ରିପୋର୍ଟ /ନିରୋଜ କୁମାର ପାଣୀ )

Exit mobile version