ବର୍ଷିଆନ ଲାଇନମ୍ଯାନ ଙ୍କ ପରଲୋକ – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର ଗୁରୁବାର ) ପଦ୍ମପୁର :- ପଦ୍ମପୁର ଝାଙ୍କର ପଡା ନିବାସୀ ତଥା ବର୍ଷିଆନ ଲାଇନ୍ ମ୍ଯାନ ଚିନ୍ତାମଣି ଷାଣ୍ଢଙ୍କ ଗତକାଲି ସଂଧ୍ୟାରେ ପରଲୋକ ହୋଇ ଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୧୦୮ ବର୍ଷ ବୟସ ହୋଇଥିଲା । ସେ ତାଙ୍କ ପଛରେ ୪ ଝିଅ ଓ ୩ ପୁଅ ଙ୍କୁ ଛାଡି ଯାଇଛନ୍ତି ।

ବଡ ପୁଅ କୃଷ୍ଣଚନ୍ଦ୍ର ଷାଣ୍ଢ ମୁଖାଗ୍ନି ଦେଇ ଥିଲେ । ସେ ଜଣେ ମେଳାପି ଓ ପର ଉପକାରୀ ବ୍ଯକ୍ତି ଥିଲେ । ତାଙ୍କ ମୃତ୍ୟୁରେ ପଡାରେ ଶୋକର ଛାୟା ଖେଳିଯାଇଛି । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version