ଆଇପିଏସ ସ୍ତରରେ ଅଦଳ ବଦଳ : ଡା. ଶ୍ରବଣା ବିବେକ. ଏମ୍ କଳାହାଣ୍ଡି ଜିଲ୍ଲାର ନୂତନ ଏସପି

ଓଡ଼ିଶା ତାଜା ନ୍ୟୁଜ (୨୪ ଡିସେମ୍ବର ଗୁରୁବାର ) କଳାହାଣ୍ଡି :- ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି । କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କୁ ସମ୍ବଲପୁର ଏସପି ଭାବେ ବଦଳି କରିଥିବା ବେଳେ ରାୟଗଡ଼ା ଏସପି ଡା. ଶ୍ରବଣା ବିବେକ ଏମଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରିଛନ୍ତି ।

କଳାହାଣ୍ଡିକୁ ମାଓବାଦୀ କବଳରୁ ରକ୍ଷା କରିବା, ଜିଲ୍ଲାରେ ସାଇବର କ୍ରାଇମ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ସହ ଟ୍ରାଫିକ ବ୍ୟବସ୍ଥା ଓ ଦୁର୍ଘଟଣା ହ୍ରାସ ନିମନ୍ତେ ପ୍ରାଥମିକତା ପ୍ରଦାନ କରିବି ବୋଲି ନୂଆ ଏସପି ଡା.ଶ୍ରବଣା ବିବେକ ଏମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।   ( କଳାହାଣ୍ଡି ବ୍ୟୁରୋ ପ୍ରଦୀପ କୁମାର ଗଉଡ )

Exit mobile version