କଟକ ବଡ଼ ଡ଼ାକ୍ତରଖାନାରେ ଅଟୋ ଚଳାଚଳ ପାଇଁ ଦାବି

ଓଡ଼ିଶା ତାଜା ନ୍ୟୁଜ(୨୪ ଡିସେମ୍ବର ଗୁରୁବାର) କଟକ :- କଟକ ଏସସିବି ମେଡିକାଲ୍ ରେ ଚଳାଚଳ କରୁଥିବା ଅଟୋ କୁ ମେଡିକାଲ୍ ଭିତରେ ଚଲାଇବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ଅଟୋ ଚାଳକ। ଏହାକୁ ନେଇ ବୁଧବାର ଶହ ଶହ ଅଟୋ ଚାଳକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ମହାନଦୀବିହାର ସ୍ଥିତ ବାସଭବନରେ ସାକ୍ଷାତ କରି ନିଜ ଦାବି ସମ୍ପର୍କରେ ଜଣାଇଥିଲେ। ତେବେ ଲକଡାଉନ୍ ସମୟରେ ସବୁ ଗାଡି ୮ ମାସ ଧରି ଚଳାଚଳ ବନ୍ଦ ରହିଥିଲାବେଳେ ଅଟୋ ଚାଳକଙ୍କ ଆର୍ଥିକ ପରିସ୍ଥିତି ଜଟିଳ ହୋଇପଡିଥିଲା ।

ତେଣୁ କରୋନା କଟକଣା କୋହଳ ହେଲା ପରେ ପୁଣି ଥରେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଟୋଚାଳକ ମାନେ କହିଛନ୍ତି । ତେବେ ଏସସିବି ମେଡିକାଲ୍ କର୍ତ୍ତୁପକ୍ଷ ବିନା ଆଲୋଚନାରେ ମେଡିକାଲ୍ କୁ ଅଟୋମୁକ୍ତ କରିବା ନେଇ ନିଷ୍ପତ୍ତି ନେଇଥିଲେ ।

ତେବେ ଏହାକୁ ସମାଧାନ କରିବା ଦିଗରେ ନିଶ୍ଚିତରୁପେ କର୍ତ୍ତୁପକ୍ଷ ଦାବିକୁ ମାନିବେ ବୋଲି ଆଶା ରଖିଛନ୍ତି ପୁର୍ବତନ ବିଧାୟକ। ଯଦି ଦାବି ପୁରଣ ନ ହୁଏ ତେବେ ଆଗକୁ ଅନଶନରେ ବସିବେ ବୋଲି କହିଛନ୍ତି ଅଟୋଚାଳକ। ଏହାକୁ ନେଇ ମଧ୍ୟ କର୍ତ୍ତୁପକ୍ଷ, ପୁର୍ବତନ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ସହ ଅଟୋ ଚାଳକ ବା ମାଲିକମାନଙ୍କ ବୈଠକ ହୋଇଥିଲା। ଯାହା କି ସମାଧାନର ବାଟ ବାହାରିଛି ବୋଲି ଜଣାପଡିଛି। (କଟକରୁ ଅମୂଲ୍ୟ କୁମାର ବାରିକ ଙ୍କ ରିପୋର୍ଟ) 

Exit mobile version