କଳାହାଣ୍ଡି ସି.ପି.ଆଇ(ଏମ.ଏଲ) ଜାଗ୍ରତ ସମିତି ଓ ନାରୀ ଜାଗରଣ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

 ଓଡ଼ିଶା ତାଜା ନ୍ୟୁଜ(୨୪ ଡିସେମ୍ବର ଗୁରୁବାର) କଳାହାଣ୍ଡି- କଳାହାଣ୍ଡି ଜିଲ୍ଲାର ଜଙ୍ଗଲ ଜମିରେ ବିଗତ ୨୨ବର୍ଷ ଧରି ବସବାସ କରି ରହି ଆସୁଥିବା ଅନୁସୂଚିତ ଜାତି, ଜନଜାତି ଓ ପାରମ୍ପରିକ ବନବାସୀ ଲୋକମାନଙ୍କୁ ଜଙ୍ଗଲ ଜମି ପଟ୍ଟା ସହ ଅନେକ ସରକାରୀ ସାହାଯ୍ୟରୁ ବଂଚିତ ହେଉଥିବା ଅଭିଯୋଗ ନେଇ ସି.ପି.ଆଇ(ଏମ.ଏଲ) କଳାହାଣ୍ଡି ଜାଗ୍ରତ ସମିତି ଓ ଚେତନା ନାରୀ ଜାଗରଣ ମଞ୍ଚ ପକ୍ଷରୁ ଏକ ଦାବିପତ୍ର ନର୍ଲା ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି। ନର୍ଲା ଚାରିଛକରୁ ଏକ ଶୋଭାଯାତ୍ରାରେ ସାଧାରଣ ସମ୍ପାଦକ କଂମ୍ରେଡ କେଶବ ଚନ୍ଦ୍ର ପଧାନଙ୍କ ନେତୃତ୍ବରେ ଶତାଧିକ ପୁରୁଷ ଓ ମହିଳା ଶୋଭାଯାତ୍ରାରେ ବାହାରି ବ୍ଳକ ସମ୍ମୁଖରେ ପହଞ୍ଚି ଗ୍ରାମ ପଞ୍ଚାୟତ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକଙ୍କୁ ୫ଦଫା ଦାବିପତ୍ର ପ୍ରଦାନ କରିଥିଲେ ।

ଦାବିପତ୍ରରେ ଆଦିବାସୀ ଓ ବନବାସୀ ଲୋକମାନଙ୍କୁ ଘରଡିହ ପ୍ରଦାନ, ଜଙ୍ଗଲ ଜମିରେ ବସବାସ କରୁଥିବା ଗ୍ରାମ ଗୁଡିକରେ ପାନୀୟ ଜଳ, ବିଦ୍ୟାଳୟ, ରାସ୍ତା, ବିଦ୍ୟୁତ ଆଦିର ମୈ।ଳିକ ଅଧିକାର ଯୋଗାଇ ଦେବା ସହ ନର୍ଲାକୁ ଏନ୍.ଏ.ସି ଘୋଷଣା ଓ ନର୍ଲା ତହସିଲ ଅଫିସ ଠାରେ ସବଟ୍ରେଜେରି ଖୋଲିବା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି। ସମାବେଶରେ ବରିଷ୍ଠ ନେତା କମ୍ରେଡ ଯୁଧିଷ୍ଠି ସା ,ସହ ସମ୍ପାଦକ କମ୍ରେଡ ଦୟାସାଗର ନାଏକ, ନର୍ଲା ବ୍ଳକ ସମ୍ପାଦକ କମ୍ରେଡ ଫକୀର ଚରଣ ଦୋରା,ମ.ରାମପୁର ବ୍ଳକ ସମ୍ପାଦକ କମ୍ରେଡ ଲଚମନ ଧରୁଆ, ବିଶ୍ୱନାଥ ପୁର ବ୍ଳକ ସମ୍ପାଦକ କମ୍ରେଡ ଧନୁର୍ଯ୍ୟ ଗଉଡ, କମ୍ରେଡ ବଲମ ଧରୁଆ,ପଦ୍ମନ ଦୋରା,ଖଡିରାମ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ କଳାହାଣ୍ଡି ବ୍ୟୁରୋ ପ୍ରଦୀପ କୁମାର ଗଉଡ)

Exit mobile version