ଅଭିଯୁକ୍ତ ସରୋଜ ସେଠୀ ସତ ଓଗାଳିବାରେ ଲାଗିଛି
1. ସରୋଜ ବୟାନ ଅନୁସାରେ ପୁଲିସ ଉକ୍ତ ପୋଖରୀକୁ
ଶୁଖାଇବା ପରେ ସେଥିରୁ ଲେଗିନ୍ସ ମିଳିଥିଲା ।
2. ଜେରା ବେଳେ ସେ ରକ୍ତ ଲଗା ଗାମୁଛା ନିଜ ଘରେ ଲୁଚାଇ ରଖିଥିବା କହିଥିଲା ।
3. ହତ୍ୟାକାଣ୍ଡ ପରେ ମୃତ ଦେହକୁ ଏକ ବୁଦାମୂଳେ ଲୁଚାଇ ଦେଇଥିଲା ।
ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର)ଭୁବନେଶ୍ୱର :- ପରୀ ହତ୍ୟା ମାମଲାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି । ତଦନ୍ତକାରୀଙ୍କୁ ପୋଖରୀରୁ ପରୀର ଲେଗିନ୍ସ ମିଳିଥିବା ବେଳେ । ଅଭିଯୁକ୍ତର ଘରୁ ଏକ ରକ୍ତଲଗା ଗାମୁଛା ମିଳିଛି । ପରୀରୁ ତଂଟି ଚିପି ହତ୍ୟା କରିବା ପରେ ତା’ ପାଟିରୁ ବାହାରିଥିବା ରକ୍ତକୁ ଉକ୍ତ ଗାମୁଛାରେ ପୋଛା ଯାଇଥିଲା । ଉକ୍ତ ଗାମୁଛାକୁ ଫୋରେନସିକ ଯାଂଚ ପାଇଁ ପଠାଯାଇଛି । କ୍ରାଇମବ୍ରାଂଚର ଏସ୍ଆଇଟି ରିମାଣ୍ଡରେ ଥିବା ଅଭିଯୁକ୍ତ ସରୋଜ ସେଠୀ ସତ ଓଗାଳିବାରେ ଲାଗିଛି । ପ୍ରଥମେ ହତ୍ୟାକାଣ୍ଡ ନେଇ କିଛି ଜାଣିନଥିବା କହୁଥିବା ସରୋଜ ଏବେ ଗୋଟିକ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି ।
