ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇ ତାଙ୍କ ସ୍ଥାନରେ ; ତାଳଚେର ଏସଡିପିଓ ସିଦ୍ଧାର୍ଥ କାଟାରିଆଙ୍କୁ ନୟାଗଡ଼ ଏସ୍‌ପି ଭାବେ ଦାୟିତ୍ଵ ଦିଆଯାଇଛି

ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର)ଭୁବନେଶ୍ୱର :- ରାଜ୍ୟ ସରକାର ଅଦଳବଦଳରେ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳ କରାଯାଇ ତାଙ୍କ ସ୍ଥାନରେ ତାଳଚେର ଏସଡିପିଓ ସିଦ୍ଧାର୍ଥ କାଟାରିଆଙ୍କୁ ନୟାଗଡ଼ ଏସ୍‌ପି ଭାବେ ଦାୟିତ୍ଵ ଦିଆଯାଇଛି । ପ୍ରତ୍ୟୁଷ ଦିବାକରଙ୍କୁ ଏଆଇଜି ମୁଖ୍ୟାଳୟ ଭାବେ ବଦଳି କରାଯାଇଛି । ନୟାଗଡ଼ ଏସ୍‌ପି ପ୍ରତ୍ୟୁଷ ଦିବାକରଙ୍କୁ ମିଶାଇ ୧୩ଟି ଜିଲ୍ଲାର ଏସପି ସ୍ତରରେ ବଡ଼ ବଦଳି କରାଯାଇଛି । ଏହି କ୍ରମରେ ତାଳଚେର ଆଇଜିପି ନରସିଂହ ଭୋଳଙ୍କୁ ସମ୍ବଲପୁର ଆଇଜି, ଭଦ୍ରକ ଏସପି ରାଜେଶ ପଣ୍ଡିତଙ୍କୁ କୋରାପୁଟ ଡିଆଇଜି, କୋରାପୁଟ ଡିଆଇଜି ସଫିନ ଅହମ୍ମଦଙ୍କୁ ଡିଆଇଜି ଟେକ୍ନିକାଲ, ସିଆଇଡି ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ଅନୁଗୁଳ ଡିଆଇଜି, ଇଓଡବ୍ଲୁ ଏସପି ଅବିନାଶ କୁମାରଙ୍କୁ ଡିଆଇଜି ଏସଏପି, କଳାହାଣ୍ତି ଏସପି ବି ଗଙ୍ଗାଧରଙ୍କୁ ସମ୍ଵଲପୁର ଏସପି ଭାବେ ଦାୟିତ୍ଵ ଦିଆଯାଇଛି ।

ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଆଶାନୁରୂପକ ତଦନ୍ତ କରିନଥିବା ନେଇ ପ୍ରତ୍ୟୁଷଙ୍କ ଉପରେ ଅଙ୍ଗୁଳି ଉଠିଥିଲା । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇ ଆସୁଥିଲା । ଏହାରି ମଧ୍ୟରେ ବୁଧବାର ତାଙ୍କ ବଦଳିର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ, ପରୀ ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଏପରି ହୋଇଥିବା ଚର୍ଚ୍ଚା ହେଉଛି । ସେହିପରି କେନ୍ଦ୍ରାପଡ଼ା ଏସପି ନୀତି ଶେଖରଙ୍କୁ ସି ଆଣ୍ଡ ଟି ବିଭାଗର ଅତିରିକ୍ତ ମୁଖ୍ୟ, ଆଇପିଏସ ଚରଣ ସିଂହ ମିନାଙ୍କୁ ଭଦ୍ରକ ଏସପି, କେ. ଶିବା ସୁବ୍ରମଣିଙ୍କୁ ଢେଙ୍କାନାଳ ଏସପି, ରାହୁଲ ପି ଆରଙ୍କୁ ଯାଜପୁର ଏସପି, ଏମ୍ ସନ୍ଦୀପ ସଂପଦଙ୍କୁ କେନ୍ଦ୍ରାପଡ଼ା ଏସପି ଏବଂ ମୁକେଶ କୁମାର ଭାମୁଙ୍କୁ ରାଉରକେଲା ଏସପି ଭାବେ ଦାୟିତ୍ଵ ଦିଆଯାଇଛି ।

Exit mobile version