ବୋଲର ଗାଡ଼ି ଧକ୍କା ରେ ପାଞ୍ଚ ବର୍ଷର ଝିଅ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର

ଓଡ଼ିଶା ତାଜା ନ୍ୟୁଜ (୨୩ ଡିସେମ୍ବର ବୁଧବାର) ରାୟଗଡ ,ଗଜପତି :-  ରାୟଗଡ ନିକଟ କରଡାସିଙ୍ଗି ପଂଚାୟତ ସାତଭଉଣୀ ଛକ ନିକଟରେ ଏକ ଦୁର୍ଘଟଣା ସନ୍ଧ୍ୟା ସମୟରେ ଘଟିଯାଇଛି ! ଖବର ନେବାରୁ ଜଣାପଡିଛି , ଯେ ରାୟଗଡ଼ ପଟରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ଏପି 31ସି ହେଚ 5488 ବୋଲର ଗାଡ଼ି ସହ ସାତ ଭଉଣୀ ଛକ ମୁଖ୍ୟସଡ଼କ ନିକଟରେ ଧାନଖଳା କରି ରହୁଥିବା ନୂଆଗଡ ବ୍ଲକର ଲୁହାଙ୍ଗର

ପଂଚାୟତ ଏଲାର ଗ୍ରାମର ଭୀମ ରଇତ ଙ୍କ ନାବାଳିକା ଝିଅ ସନାଲି ରଇତ ବୟସ (ଛଅବର୍ଷ ) ଝିଅ ସହ ଉକ୍ତ ବୋଲର ଗାଡ଼ି ସହ ଧକ୍କା ହୋଇଥିଲା ! ସଙ୍ଗେ ସଙ୍ଗେ ଆହାତ ଝିଅ କୁ ଉକ୍ତ ବୋଲର ଗାଡ଼ିରେ ରାୟଗଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା ପରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସେହି ବୋଲର ଗାଡ଼ିରେ ଆହାତ ଝିଅକୁ ନେଇ ଯାଇଥିବା ଜଣାପଡିଛି l  (ରାୟଗଡ/ସଂଜୀବ କୁମାର ପାଣି )

Exit mobile version