ପୂର୍ବତନ କଂଗ୍ରେସ ସରପଞ୍ଚ ତଥା ଆମର ପ୍ରିୟ ସୁରସନ ଭାଇଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ

ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର ) ରଣପୁର :-  ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରଜରାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ କଂଗ୍ରେସ ନେତା, ସ୍ବର୍ଗତ ସୁରସନ ସାମନ୍ତରାୟଙ୍କ ପ୍ରଥମ ଶ୍ରାଦ୍ଧବର୍ଷିକୀ ତାଙ୍କ ପୈତୃକ ଗ୍ରାମ ଗୋଳାପୋଖରୀ ଠାରେ ଆଜି ସନ୍ଧ୍ୟାରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମଚନ କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ସହିତ ତାଙ୍କ ଆମର ଆତ୍ମାର ସଦ୍ଗତି କାମନା କରିବା ସହିତ,ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ।

ଗୋଳାପୋଖରୀ ପୂର୍ବତନ କଂଗ୍ରେସ ସରପଞ୍ଚ ତଥା ଆମର ପ୍ରିୟ ସୁରସନ ଭାଇଙ୍କ ପ୍ରଥମ ଶ୍ରଦ୍ଧାବାର୍ଷିକୀ ଏବଂ ପ୍ରତିମୂର୍ତ୍ତି ଉନ୍ମଚନ ସଭା ହୋଇଥିଲା । ଏହି ସଭାରେ ଓଡ଼ିଶାର ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର ସଭାପତି ସତ୍ୟବ୍ରତ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ଜିତୁ ବାବୁ,

ରଣପୁରର କାଉନସିଲର ତଥା ବାର ଆସୋସିଏସନ ସମ୍ପାଦକ ସତ୍ୟ ରଂଜନ ମତା, ଜିଲ୍ଲା ଯୁବ ରାଷ୍ଟ୍ରୀୟ ମଜଦୂର କଂଗ୍ରେସର କାର୍ଯ୍ୟକାରୀ ସଭାପତି ମିର୍ ଆବୁବକର ସିଦ୍ଧିକ୍,ବିଭୁତି କୁମାର ଜେନା,ଧ୍ରୁବଚରଣ ପରିଡା,ଏବଂ ଭଗୁ ବାବୁ ସମେତ ଗୋଳାପୋଖରୀର ବହୁ ଗ୍ରାମବାସୀ ବୃନ୍ଦ ଯୋଗଦାନ କରିଥିଲେ । (ରିପୋର୍ଟ /ସୋନାଲି ମହାରଣା )

Exit mobile version