ରାୟଗଡ ବ୍ଲକ ଶିକ୍ଷାନୁଷ୍ଠାନ ରୁ ଦରମା  ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଲୟରେ  କିରାଣୀ ଭାବେ କାର୍ଯ୍ୟ କରୁଛନ୍ତି ଏକ ଶିକ୍ଷକ

ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର ) ରାୟଗଡ :- ଗଜପତି ରାୟଗଡ ବ୍ଲକ ଏକ ଆଦିବାସୀ ଅଧୁସିତ ଅଞ୍ଚଳ ଭାବେ ପରିଚିତ l 21 ଗୋଟି ପଞ୍ଚାୟତକୁ  ନେଇ ରାୟଗଡ ବ୍ଲକ ଗଠିତ l ବର୍ତମାନ କୋରାନା ଯୋଗୁଁ ସମସ୍ତ ସ୍କୁଲ ବନ୍ଦ ଥିବା ବେଳେ ରାୟଗଡ ବ୍ଲକ ମଧ୍ୟରେ କିଛ ଦିନ ଭିତରେ ପୂର୍ବରୁ ଯେଉଁ ଶିକ୍ଷକ ମାନେ ଡେପୁଟେସନରେ  ରହିଥିଲେ ସେହି ଶିକ୍ଷକ ଓ  ଶିକ୍ଷୟତ୍ରୀ ମାନଙ୍କୁ ଡେପୁଟେସନରୁ ନିଜ ନିଜ ସ୍କୁଲକୁ  ଫେରସ୍ତ କରିଥିଲେ l ଇତି ମଧ୍ୟରେ ରାୟଗଡ ବ୍ଲକ ଅଧୀନରେ ଥିବା ଏଙ୍ଗାର୍ସିଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର  ଶିକ୍ଷକ S. ମାଣିକଣ୍ଟା ଡେପୁଟେସନର  ପ୍ରତ୍ୟାବର୍ତନ ନହେବା ଏଠାରେ ଏକ ପ୍ରଶ୍ନବାଚୀ ଶୃଷ୍ଟି ହୋଇଛି l ବିଶେଷ ସୂତ୍ରରୁ ଜଣାପଡିଛି ଯେ ଉକ୍ତ ଶିକ୍ଷକ 2018 ମସିହାରୁ ବର୍ତମାନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମୋ ସ୍କୁଲ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ରହିଛନ୍ତି l ରାୟଗଡ ବ୍ଲକ ଗୋଷ୍ଠୀଶିକ୍ଷା ଅଧିନ ରେ ଥିବା l

ଏଙ୍ଗାରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଅଛି। ସେଠାରେ ମାତ୍ର ୬ଜଣ ଶିକ୍ଷକ ମଧ୍ୟରୁ S.ମଣିକାଣ୍ଟା ୨୦୧୮ ମସିହାରୁ ପାରଳାଖେମୁଣ୍ଡି D.E.O ଅଫିସ ମଧ୍ୟରେ କିରାଣୀ କାର୍ଯ୍ୟ କରୁଛନ୍ତି, ଏଙ୍ଗାରସିଂ ପଞ୍ଚାୟତରେ ସମସ୍ତ ଆଦିବାସୀ ପିଲା ଉକ୍ତ ସ୍କୁଲରେ ପାଠପଢା ଉପରେ ଭରସା ରଖୁଥିବା ବେଳେ, ଉକ୍ତ ସ୍କୁଲର ଶିକ୍ଷକ କାହା ଆଦେଶରେ ଦୀର୍ଘ ବର୍ଷ ଧରି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ  କାମ କରୁଛନ୍ତି ତାହା ରାୟଗଡ଼ ବ୍ଳକ ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ରାୟଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରୁ ଦରମା ନେଇ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଠାରେ କାର୍ଯ୍ୟ କରିବା କେତେ ଦୂର ଯଥାର୍ଥ ।

ରାୟଗଡ଼ ଶିକ୍ଷାନୁଷ୍ଠାନରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଗୁପ୍ତ ଭାବରେ ରହିଥିବା ଦୃଶ୍ୟ ପଦାକୁ ଆସିବାରେ ଲାଗିଛି । ଗୋଟିଏ ପଟେ ୫ଟି କାର୍ଯ୍ୟ ଚାଲିଥିବା ବେଳେ ଗଜପତି ଜିଲ୍ଲା ରାୟଗଡ ୫ଟି କୁ ବେଖାତିର କରି ଚାଲୁଥିବା ଦେଖବାକୁ ମିଳୁଛି । ବର୍ତ୍ତମାନ ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ପିଲାଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରିବା ପାଇଁ ଆଦେଶ ଥିବା ବେଳେ ଏଠାରେ ତାହା ଦେଖିବାକୁ ମିଳୁନାହିଁ । ଉକ୍ତ ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିତ୍ଵନାଗ ଙ୍କୁ ପଚାରିବାରୁ ୬ ଦିନରୁ ୭ ଦିନ ମଧ୍ୟରେ ଉକ୍ତ ଶିକ୍ଷକ ଙ୍କୁ  ରାୟଗଡ଼ ବ୍ଳକ ଏଙ୍ଗାରସିଂ ସ୍କୁଲକୁ ପଠାଇ ଦିଆଯିବ ବୋଲି କହିଛନ୍ତି । (ରିପୋର୍ଟ ସଂଜୀବ ପାଣି) 

Exit mobile version