ପାରଳାଖେମୁଣ୍ଡି ଓ କାଶୀନଗର ଆଖ ପାଖ ଅଂଚଳରେ ଅବକାରୀ ବିଭାଗର ବ୍ୟାପକ ଚଢ଼ଉ : ୩ ଲକ୍ଷ ଟଙ୍କାର   ଦେଶୀ ମଦ ଜବତ – ୧୦ ଜଣ ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର )ଗଜପତି ଜିଲ୍ଲା :- ପାରଳାଖେମୁଣ୍ଡି ଅବକାରୀ ବିଭାଗ ବ୍ୟାପକ ଭାବେ ଚଢ଼ାଉ କରାଯାଇ ବିଭିନ୍ନ ଗ୍ରାମାଞ୍ଚଳ’ରୁ ବିପୁଳ ପରିମାଣ’ର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ଏ ସଂକ୍ରାନ୍ତ’ରେ ୧୦ ଜଣ’ଙ୍କୁ ଗିରଫ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରା ଯାଇଥିବା ବିଭାଗୀୟ ସୂତ୍ର’ରୁ ଜଣାଯାଇଛି ।ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା , ଅବକାରୀ ବିଭାଗ ଦକ୍ଷିଣାଞ୍ଚଳ ଡେପୁଟି କମିଶନର (ବ୍ରହ୍ମପୁର) ଶ୍ରୀ ଶାନ୍ତନୁ ନାୟକ ଏବଂ ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ’ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନିରୀକ୍ଷକ ଶ୍ରୀ ପଦ୍ମଚରଣ ସାହୁ , ଇଆଇ: ଏଣ୍ଡ ଇବି: ବ୍ରହ୍ମପୁର ଆଇଆଇସି:-ଶ୍ରୀ ହୃଦୟ ଚନ୍ଦ୍ର ସାମନ୍ତ’ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନ’ରେ ଗଜପତି ସଦର ରେଞ୍ଜ’ରେ ମିଳିତ ଭାବେ ଅବକାରୀ ଚଢ଼ାଉ କରା ଯାଇଥିଲା ।

ଏହି ମିଳିତ ଚଢ଼ାଉ ଗଜପତି ସଦର ତଥା ପାରଳାଖେମୁଣ୍ଡି ଓ କାଶୀନଗର ଅବକାରୀ ରେଞ୍ଜ ଅନ୍ତର୍ଗତ ପାରଳାଖେମୁଣ୍ଡି ସହର, ନେରିଟି ଗୁଡା, କେ. ସିତାପୁର ,ଦେବଦଳl, କଳlସିଂ, ଖ୍ରୀଷ୍ଟପୁର , ପାରଳା ଯାଗିଲି ସାହି, ସଞ୍ଜୟ ଗାନ୍ଧୀ କୋଲୋନୀ, କାବିଟି ସାହି, ଖଞ୍ଜା ମlଦିକା ସାହି, ସେରି ମେଦ୍ରି ସାହି,ପାରଳା ଜାଗିଲି ସାହି ସମେତ ଜଙ୍ଗଲ ପାଡୁ,ପ୍ରଭୃତି ଗ୍ରାମାଞ୍ଚଳ’ର ବିଭିନ୍ନ ସ୍ଥାନ ମାନଙ୍କ’ରେ ମିଳିତ ଅବକାରୀ ଚଢ଼ାଉ କରା ଯାଇଥିଲା ।ଏହି ଚଢ଼ାଉ’ରେ ୧୩ଗୋଟି କେଶ ରୁଜୁ କରାଯାଇ ମୋଟ ୧୦ ଜଣ’ଙ୍କୁ ଗିରଫ କରାଯାଇଛି । ଗିରଫ ସମସ୍ତ’ଙ୍କ ବିରୁଦ୍ଧ’ରେ ଅବକାରୀ ମାମଲା ରୁଜୁ କରାଯାଇଛି ।

ଏ ସଂକ୍ରାନ୍ତ’ରେ ମୋଟ ୫ହଜାର କେଜି ମହୁଲ ମଦ-ପୋଚ , ୩୦୦ ଲିଟର ଦେଶୀ ମହୁଲି ମଦ , ଏହି ସବୁ ଜବତ’ର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା’ରୁ ଉର୍ଦ୍ଧ୍ବ ହେବ ବୋଲି ବିଭାଗୀୟ ପକ୍ଷରୁ କୁହାଯାଇଛି । ଏହି ଚଢ଼ାଉ କାର୍ଯ୍ୟକ୍ରମ’ରେ ଇଆଇ: ଏଣ୍ଡ ଇବି: ବ୍ରହ୍ମପୁର ଷ୍ଟାଫ , ଅବକାରୀ ଥାନାଧିକାରୀ ଶ୍ରୀ ଚନ୍ଦ୍ର ଶେଖର ପତିହାରି , ଅବକାରୀ ଏସ. ଆଇ. ଶ୍ରୀ ବିଶ୍ଵନାଥ ଜେନା,ଏଏସଆଇ:- ଶ୍ରୀ ଚିତ୍ତରଞ୍ଜନ ଜେନା, କିଶୋର ରଥ , ଓ ଅବକାରୀ ଥାନା କାଶୀନଗର ଓ ପାରଳାଖେମୁଣ୍ଡି, ଗlରବନ୍ଧ ଥାନା ଅଞ୍ଚଳର ସମସ୍ତ ଷ୍ଟାଫ , ଏହି ମିଳିତ ଅବକାରୀ ଚଢ଼ାଉ’ରେ ସାମିଲ ହୋଇଥିଲେ । (ପାରଳାଖେମୁଣ୍ଡି /ଗରୁଡ ଧ୍ଵଜ ଚୌଧୁରୀ) 

Exit mobile version