‘ପରୀ’ ହତ୍ୟାକାଣ୍ଡର ଖୁଲାସା କଲେ ଅରୁଣ ବୋଥ୍ରା : ହତ୍ୟା ପରେ ଶବ ସହ ଦୁଷ୍କର୍ମ କରିଥିଲା – ସରୋଜ

ଓଡ଼ିଶା ତାଜା ନ୍ୟୁଜ (୨୨ ଡିସେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ପରୀ ହତ୍ୟା ଘଟଣାର ଗୁମର ଖୋଲିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କେମିତି କେଉଁ ପରିସ୍ଥିତିରେ ହତ୍ୟା ପରେ ଦୁଷ୍କର୍ମ କରିଥିଲା ସେନେଇ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଅରୁଣ ବୋଥ୍ରା ହତ୍ୟା କରିଥିବା ସରୋଜ ସେଠୀ ସ୍ୱୀକାର କରିଛି ଏକ ସାମ୍ବାଦିକ ସମ୍ମିଳନୀରେପରୀହତ୍ୟାର ଖୁଲାସା କରିଛନ୍ତି କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପରୀର ପଡୋଶୀ ୧୮ ବର୍ଷୀୟ ସରୋଜ ସେଠୀ ହିଁ ହତ୍ୟାକାରୀ ବୋଲି ସେ ସ୍ପଷ୍ଟ କରିଛନ୍ତି ଜଘନ୍ୟ କଥା ହେଉଛି, ପରୀକୁ ତଣ୍ଟି ଚିପି ହତ୍ୟା କଲା ପରେ ତାସହ ଦୁଷ୍କର୍ମ କରିଛି ସରୋଜ ଏହା ପରେ ଶବକୁ ଏକ ଅଖାରେ ଗୁଡ଼ାଇ ନଡିଆ ବାହୁଙ୍ଗାରେ ଢ଼ାଙ୍କି ଦେଇଥିଲା ଏବଂ ତାକୁ ନେଇ ପୋଖରୀ କୂଳରେ ଏକ ବୁଦାରେ ଫିଙ୍ଗିଦେଇଥିଲା ନିଜ ୨୨ ବର୍ଷ କ୍ୟାରିୟର୍ ରେ ଏଭଳି ବୀଭତ୍ସ କାଣ୍ଡ ସେ ଦେଖିନାହାନ୍ତି ବୋଲି କହିଛନ୍ତି ବୋଥ୍ରା

 

୧ – କେମିତି ହତ୍ୟା କଲା ସରୋଜ

ପରୀ ଘରଠାରୁ ୨୦୦ ମିଟର ଦୂରରେ ସରୋଜ ସେଠୀର ଘର କଲେଜ ପଢ଼ୁଆ ଘରର ଏକମାତ୍ର ପୁଅ ସରୋଜର ବାପା ନାହାନ୍ତି ମାଆ ସାନ ଭଉଣୀ ଚାକିରି କରନ୍ତି ବଡ଼ ଭଉଣୀ ବାହା ହୋଇସାରିଛନ୍ତି ସରୋଜର ସାନ ଭଉଣୀ ପରୀକୁ ସ୍ନେହ କରୁଥିବାରୁ ଉଭୟ ପରିବାର ମଧ୍ୟରେ ଭଲ ସମ୍ପର୍କ ସରୋଜ ଘର ବାରିପଟେ ଜାମୁକୋଳି ଗଛ ଥିବାରୁ ପିଲାମାନେ କୋଳି ଖାଇବାକୁ ଯାଆନ୍ତି ପରୀ ବି ସେଠାକୁ ଯାଏ ଜୁଲାଇ ୧୩ ତାରିଖ ଦିନ ମଧ୍ୟ ପରୀ ଜାମୁକୋଳି ଖାଇବାକୁ ଯାଇଥିଲା

ଜୁଲାଇ ୧୪ ତାରିଖ ସକାଳ ପ୍ରାୟ ୧୦ଟା ବେଳେ ପରୀ ବି ଜାମୁକୋଳି ଖାଇବାକୁ ଆଗ୍ରହ ଦେଖାଇଥିଲା ସେତେବେଳେ ସରୋଜ ଘରେ ଏକୁଟିଆ ଥିଲା ଏବଂ ପରୀକୁ ଜାମୁକୋଳି ଦେବା ବାହାନାରେ ଘରର ପଛପଟ ରୁମ୍ କୁ ଡାକି ନେଇଥିଲା ସେଠାରେ ପରୀ ସହ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ସରୋଜ ମାତ୍ର କିଛି ବୁଝୁ ଥିବା କୁନିଝିଅ ପରୀ ଭୀଷଣ କାନ୍ଦିବାରୁ ସରୋଜ ରାଗିଯାଇଥିଲା ଏବଂ ତା ତଣ୍ଟିକୁ ଚିପି ଦେଇଥିଲା ସେଠାରେ ହିଁ ପରୀର ମୃତ୍ୟୁ ହୋଇଯାଇଥିଲା

ତେବେ ପରୀକୁ ହତ୍ୟା କଲା ପରେ ଆହୁରି ଜଘନ୍ୟ ସୈତାନୀ ହୋଇଯାଇଥିଲା ସରୋଜ ପରୀର ଶବ ସହ ଦୁଷ୍କର୍ମ କରିଥିଲା ଏହାପରେ ପରୀର ଫ୍ରକ୍ ଏବଂ ଶବକୁ ଗାଏବ କରିବା ପାଇଁ ଏକ ଅଖାରେ ପୁରେଇଥିଲା ଏବଂ ସେହି ଅଖାକୁ ଏକ ନଡ଼ିଆ ବାହୁଙ୍ଗାରେ ଗୁଡ଼ାଇ ଗାଁ ପୋଖରୀ କୂଳରେ ଥିବା ଏକ ବୁଦାମୂଳେ ଫିଙ୍ଗି ଦେଇଥିଲା ଅନ୍ୟମାନଙ୍କ ସନ୍ଦେହ ହେବା ପାଇଁ ସେ ଅଖାକୁ ନଡିଆ ବାହୁଙ୍ଗାରେ ଗୁଡ଼ାଇଥିବା ସରୋଜ ମାନିଯାଇଛି ତେବେ ପରୀ ପିନ୍ଧିଥିବା ଲେଗିନ୍ସ ଘରେ ରହିଯାଇଥିବାରୁ ସେ ଘରୁ ଆଣିବାକୁ ଯାଇଥିଲା ଏବଂ ତାକୁ ବିଣ୍ଡା କରି ପୁଣି ସେହି ପୋଖରୀ କୂଳକୁ ଆସି ଫିଙ୍ଗି ଦେଇଥିଲା

୨ – ଅଶ୍ଲୀଳ ଫିଲ୍ମ ଦେଖାରୁ ଜଘନ୍ୟ କାଣ୍ଡ

ସରୋଜର ଏହି କାଣ୍ଡ ପଛରେ ରହିଛି ତାର ପର୍ଣ୍ଣ ବା ଅଶ୍ଲୀଳ ଫିଲ୍ମ ଆଡିକ୍ସନ୍ ଏହି ନିଶାରେ ପଡ଼ିଥିବା ସରୋଜ ନିଜ ଭଉଣୀ ମୋବାଇଲ୍ ରେ ଗୁଗୁଲ୍ ସର୍ଚ୍ଚ କରି ପର୍ଣ୍ଣ ଚାଇଲଡ୍ ଫିଲ୍ମ ଦେଖେ ଫିଲ୍ମ ଦେଖିବା ପରେ ସେ ହିଷ୍ଟ୍ରି ଡିଲିଟ୍ କରିଦେଉଥିଲା ଜୁଲାଇ ୧୩ ତାରିଖ ରାତିସାରା ସେ ପର୍ଣ୍ଣ ଫିଲ୍ମ ଦେଖିଛି ଫଳରେ ତା ମନ ଅପରାଧୀ ହୋଇଯାଇଛି ଏତିକି ବେଳକୁ ସକାଳେ ତା ହାବୁଡରେ ପଡ଼ିଛି ପରୀ ବର୍ଷର ପରୀକୁ ହତ୍ୟା କଲା ପରେ ବି ମୃତ ଶରୀର ସହିତ ଯୌନ ସମ୍ପର୍କ ରଖିବାକୁ ଚେଷ୍ଟା କରିଛି ଏହି ସୈତାନ

୩ – କେମିକାଲ୍ ବ୍ୟବହାର କରିନି

ପୋଖରୀଟି ଅବ୍ୟବହୃତ ଥିବାରୁ ଗାଁ ଲୋକଙ୍କର ବିଶେଷ ଯାଆସ ଥିଲା ତେଣୁ ପୋଖରୀ କୂଳରେ ଥିବା ସେହି ବୁଦା ଭିତରକୁ କାହାରି ନଜର ଥିଲା ତେବେ ଦୁଇ ତିନି ଦିନ ପରେ ଶବ ଗଳିତ ହୋଇ ଗନ୍ଧ ବାହାରିବା କଥା, ମାତ୍ର ଗନ୍ଧ ବାହାରିଥିଲା ନା ନାହିଁ ତାହା ଜଣାପଡ଼ି ଥିଲେ ମଧ୍ୟ ଶବକୁ ନଷ୍ଟ କରିବା ପାଇଁ ସରୋଜ କୌଣସି ରାସାୟନିକ ଦ୍ରବ୍ୟ ବ୍ୟବହାର କରିନାହିଁ ବୋଲି ଶ୍ରୀ ବୋଥ୍ରା ସ୍ପଷ୍ଟ କରିଛନ୍ତି ତେବେ ପାଣି ପାଖରେ ଏବଂ ବୁଦାମୂଳେ ମୃତ ଶରୀର ଖୁବ୍ ଶୀଘ୍ର ଡିକମ୍ପୋଜ୍ ହୋଇଯିବା ବିଜ୍ଞାନସମ୍ମତ ସେହି ଦୃଷ୍ଟିରୁ ଜୁଲାଇ ୨୩ ତାରିଖରେ ତାହା ଠାବ ହେଲାବେଳକୁ ମାଂସ ନଥିଲା ଏବଂ କେବଳ ହାଡ଼ ଖପୁରୀ ଥିଲା

୪ – ସରୋଜ କେମିତି ଧରାପଡ଼ିଲା

ସରୋଜ ଉପରେ ପ୍ରଥମରୁ ନୟାଗଡ଼ ପୁଲିସ ସନେ୍ଦହ କରିଥିଲେ ମଧ୍ୟ ତଦନ୍ତରେ ସଫଳତା ପାଇ ଥିଲା ତେବେ ଏସଆଇଟି ଟିମ୍ ତଦନ୍ତ ଦାୟିତ୍ୱ ନେବା ପରେ ସରୋଜ ଆପେ ସନେ୍ଦହ ନଜରକୁ ଆସିଯାଇଥିଲା ଗାଁର ସବୁ ଲୋକ ତଦନ୍ତରେ ସହଯୋଗ କରି ପଲିଗ୍ରାଫ୍ ଟେଷ୍ଟ ଦେବାକୁ ଆଗଭର ହୋଇଥିଲେ ମଧ୍ୟ ସରୋଜ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ସେ ପ୍ରଥମରୁ ତଦନ୍ତରେ ସହଯୋଗ କରିବାକୁ ମନା କରି ଏସଆଇଟି ଟିମ୍ କୁ ତେଡ଼ା ମେଡ଼ା ଦେଖାଇଥିଲା ସରୋଜର ହାବଭାବ ଏସଆଇଟି ମୁଖ୍ୟ ଶ୍ରୀ ବୋଥ୍ରାଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଥିଲା ପ୍ରଥମ ଦିନର ପଚରାଉଚୁରା ପରେ ସେ ସମ୍ପୂର୍ଣ୍ଣ ଅସହଯୋଗ କରିଥିଲେ ମଧ୍ୟ ଦ୍ୱିତୀୟ ଦିନ ପଚରାଉଚୁରା ବେଳେ ଶ୍ରୀ ବୋଥ୍ରା ତା ହାତରୁ ମୋବାଇଲ୍ ଛଡ଼ାଇ ନେଇଥିଲେ ଆଉ ସେହି ମୋବାଇଲ୍ ଖୋଲିଲା ମାତ୍ରେ ଏକ ବର୍ଷର ପିଲାକୁ ଦୁଷ୍କର୍ମ ହତ୍ୟା ସମ୍ପର୍କିତ ଏକ ଖବର ପପଅପ୍ ହୋଇଥିଲା ଅର୍ଥାତ୍ ସେହି ଖବରଟିକୁ ପୂର୍ବରୁ ଗୁଗୁଲିରୁ ସର୍ଚ୍ଚ କରିଥିଲା ସରୋଜ ଏଭଳି ଖବର ପ୍ରତି ସରୋଜର ଆଗ୍ରହ ଏବଂ ତାର ଅସହଯୋଗ ହାବଭାବ ହିଁ ଶ୍ରୀ ବୋଥ୍ରାଙ୍କୁ ତଦନ୍ତର ଲିଡ୍ ଦେଇଥିଲା ସେହି ଦ୍ୱିତୀୟ ଦିନ ଜେରାରେ ହିଁ ସରୋଜ ସତ ମାନିଯାଇଥିଲା

୫ – ଧୂର୍ତ୍ତ ସରୋଜ

ସରୋଜ ନିଜକୁ ଖୁବ୍ ଧୂର୍ତ୍ତ ବୋଲି ପ୍ରମାଣିତ କରିଛି ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମରେ ଖବର ଆସିଲା ପରେ ସରୋଜ ନିଜକୁ ଖସାଇବା ପାଇଁ ଶ୍ରୀ ବୋଥ୍ରାଙ୍କ ଉପରେ ଲାଞ୍ଚ ଆରୋପ ଆଣିଥିଲା ଏପରିକି ବୋଥ୍ରାଙ୍କୁ ତଡ଼ି ତଡ଼ି ପିଟିବେ ବୋଲି ଗଣମାଧ୍ୟମ ସାମ୍ନାରେ କହିଥିଲା ଏଭଳି କହି ରାଜନୈତିକ ପଶାଖେଳରେ ନିଜେ ଖସିଯିବାକୁ ଉଦ୍ୟମ କରିଥିଲା ସରୋଜ ମାତ୍ର ଏସଆଇଟି ଆଗରେ ସେ ସବୁ କଥା ମାନିଯାଇଛି ଏହାପୂର୍ବରୁ ନିଜର ଅପରାଧ ସମ୍ପର୍କରେ ଦୁଇଜଣଙ୍କ ଆଗରେ ସରୋଜ ସ୍ୱୀକାର କରିଥିଲା ଜଣଙ୍କ ଆଗରେ ସେ ମାନିଥିବା କଥାର ଭିଡ଼ିଓ ରେକର୍ଡିଂ ଏବେ ଏସଆଇଟି ହାତରେ

୬ – ପ୍ରତ୍ୟକ୍ଷଦର୍ଶୀ ନାହାନ୍ତିବଳିଷ୍ଠ ସାଇଣ୍ଟିଫିକ୍ ତଦନ୍ତ

ସାଧାରଣତଃ ଦୁଷ୍କର୍ମ ଘଟଣାରେ ପ୍ରତ୍ୟକ୍ଷଦର୍ଶୀ ମିଳି ଥାନ୍ତି ପରୀ କ୍ଷେତ୍ରରେ ବି ତାହା ଘଟିଛି ତେବେ ସରୋଜ ବିରୋଧରେ ପର୍ଯ୍ୟାପ୍ତ ସାଇଣ୍ଟିଫିକ୍ ତଥ୍ୟ ହାସଲ କରିଛି ଏସଆଇଟି ପରୀର ଲେଗିନ୍ସକୁ ଖୋଜିବା ପାଇଁ ପୋଖରୀ ପାଣିକୁ ନିଷ୍କାସନ କରାଯାଉଥିବା ବେଳେ ଜବତ ନଡିଆ ବାହୁଙ୍ଗାର ଡିଏନଏ ଟେଷ୍ଟ ପାଇଁ ହାଇଦ୍ରାବାଦସ୍ଥିତ ସିସିଏମବି ଏବଂ ନୂଆଦିଲ୍ଲୀସ୍ଥିତ ଏନଆଇପିଜିଆରକୁ ପଠାଯିବ ଜବତ ବାହୁଙ୍ଗାଟି ସରୋଜ ବାଡ଼ିର ନା ନାହିଁ ସେଥିରୁ ସ୍ପଷ୍ଟ ହେବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି

 

Exit mobile version