ବୟସ ର ଅପରାହ୍ନରେ ହାର ମାନିନୀ ଅରକ୍ଷିତଙ୍କର ଉତ୍ସାହ।

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର  ) ବ୍ରହ୍ମପୁର :- କୁକୁଡାଖଣ୍ଡି ବ୍ଲକ ମସିଆଖାଲି ଗ୍ରାମର ଅରକ୍ଷିତ ମହାରଣା ବୟସ ପ୍ରାୟ ପଞ୍ଚସଠି ବର୍ଷ। ତେବେ ଆଜି ଏ ବୟଷରେ ମଧ୍ୟ ହାର ମାନିନୀ ତାଙ୍କର କିଛି ନିଆରା ନୂଆଁ କରିବାର ଉତ୍ସାହ । ତେବେ ଅରକ୍ଷିତ ପେସାରେ ଜଣେ ବଢ଼େଇ ଅନେକ ଦିନ ହେବ ନିଜର କୌଳିକ ବୃତ୍ତିରୁ ସେ ନେଇ ସାରିଲେଣି ଅବସର କିନ୍ତୁ ସମସ୍ତଙ୍କ ଠୁ କିଛି ଅଲଗା କରିବାର ଇଛା ଶକ୍ତି ଆଜି ତାଙ୍କୁ ଦେଇଛି ଏକ ନୂତନ ପରିଚୟ । ଅରକ୍ଷିତଙ୍କର ହାତ ତିଆରି ବିଭିନ୍ନ ପଶୁ ପକ୍ଷୀ ଦେଖିବାକୁ ଲାଗନ୍ତି ଜୀବନ୍ତ।ସତେ ଯେମିତି ମାଛରଙ୍କା ପକ୍ଷୀଟି ଏବେ ଉଡିକି ଚାଲିଯିବା ଆକାଶକୁ ।

ବିଭିନ୍ନ ମହାପୁରୁଷଙ୍କ ମୂର୍ତ୍ତି ବଗ ଚିଲ ଶାଗୁଣା ଏଭଳି ଅନେକ କିଛି। ଜଣେ ଦେଖଣାହାରି ଯିଏ ବି ଦେଖିବ ସେ ଆଶ୍ଚର୍ଯ୍ୟ ହେବା ନିଶ୍ଚିତ । ତେବେ ଅରକ୍ଷିତଙ୍କର ଜୀବନର ସଂଘର୍ଷ ବି କିଛି କମ ନୁହେଁ ଆଜି ଯାଏଁ ଅରକ୍ଷିତ ପାଇଁ ନାହାନ୍ତି କୌଣସି ସରକାରୀ ସହାୟତା ଏଭଳି ମଧୁବାବୁ ପେନସନ ବି ତାଙ୍କୁ ମିଳିନି। ତାଙ୍କର ଏତିକି ଦୁଃଖ ତାଙ୍କ କଳାକୁ ମିଳୁ ମାନ୍ୟତା ଏବଂ ସରକାରୀ ପ୍ରୋତ୍ସାହନ । ତେବେ ସରକାରଙ୍କର ପାଖରେ କେବେ ପହଞ୍ଚିବ ଅରକ୍ଷିତଙ୍କର ଗୁହାରି। (ରିପୋର୍ଟ: ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version