ବେରୁଆଁବାଡ଼ି ପଞ୍ଚାୟତରେ ଭାରତୀୟ ଡ଼ାକ ସେବା ପକ୍ଷରୁ “ଅର୍ଥନୈତିକ ସ୍ଵାକ୍ଷରତା ସଚେତନତା କାର୍ଯ୍ୟକ୍ରମ”

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) ବେଗୁନିଆପଡା :- ଗଞ୍ଜାମ ଜିଲ୍ଲା ବେରୁଆଁବାଡ଼ି ପଞ୍ଚାୟତରେ ଭାରତୀୟ ଡାକସେବା, ବେରୁଆଁବାଡ଼ି ଶାଖା ତରଫରୁ ସୋମବାର ଦିନ ଏକ ଅର୍ଥନୈତିକ ସ୍ଵାକ୍ଷରତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶାଖା ମ୍ୟାନେଜର ଶିବ ପ୍ରସାଦ ରଥ ଏବଂ ଉପ ଶାଖା ମ୍ୟାନେଜର ଶରତ ଚନ୍ଦ୍ର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଡାକସେବା ବରିଷ୍ଠ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ, ଉପ ଅଧିକ୍ଷକ ବିଜୟ କୁମାର ସାହୁ, ବରିଷ୍ଠ ମ୍ୟାନେଜର ବିଷ୍ଣୁ ପ୍ରସାଦ ରଥ, ପର୍ଯ୍ୟବେକ୍ଷକ ଯୁଧିଷ୍ଠିର ବିଷୋୟୀ ଯୋଗଦେଇ (ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ) ଭାରତୀୟ ଡ଼ାକ ଦ୍ୱାରା ବ୍ୟାଙ୍କ ସେବା ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରାଇଥିଲେ l

ଏହାସହ ସୁକନ୍ୟା ସମୃଦ୍ଧି ଯୋଜନା, ପ୍ରଧାନମନ୍ତ୍ରୀ ଜନ ଜୀବନ ସୁରକ୍ଷା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ସୁରକ୍ଷା ଯୋଜନା, ଗ୍ରାମାଞ୍ଚଳ ଡ଼ାକ ଜୀବନ ବୀମା ବିଷୟରେ ସୂଚନା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ନୀଳାଞ୍ଚଳ ପାଢ଼ୀ ବିଶେଷ ଅତିଥି ଭାବେ ଯୋଗଦେଇ ଲୋକଙ୍କୁ ସଚେତନ କରିଥିବା ବେଳେ ଏଥିରେ ବହୁସଂଖ୍ୟାରେ ମହିଳା ଯୋଗଦେଇ ୧୫୦ରୁ ଉର୍ଦ୍ଧ ଏକାଉଣ୍ଟ ଖୋଲିଥିଲେ l (ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version