କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ର ଜିଲ୍ଲା ସଭାପତି ଙ୍କ ଏସପି ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଗର୍ଜନ ଦେଲେ

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର ) କେନ୍ଦ୍ରାପଡ଼ା :- କେନ୍ଦ୍ରାପଡ଼ା ଜିଲ୍ଲା ରେ ଦେଖିବାକୁ ମିଳିଥିଲା  ନବନିଯୁକ୍ତି କଂଗ୍ରେସ ଦଳର ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ଙ୍କ ନେତୃତ୍ୱ ରେ ସମଗ୍ର ଜିଲ୍ଲା ର ବିଭିନ୍ନ ପ୍ରାନ୍ତ ରୁ ହାଜର ହାଜର ସଂଖ୍ୟାରେ ଛାମୁଆ କର୍ମୀ ଓ କର୍ମକର୍ତ୍ତା ମାନଂକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ର ଏସପି ଙ୍କ କାର୍ଯ୍ୟାଳୟ କୁ ଘେରାଓ କରାଯିବା ସହିତ ଗଣ ବିକ୍ଷୋଭପ ହୋଇ ଥିଲା, ତେବେ ଘଟଣା ଗୁଡିକ ର ଦାବିଥିଲା, କେନ୍ଦ୍ରାପଡ଼ା ଜିଲ୍ଲା ଓ ରାଜ୍ୟ ରେ ଯେଉଁଭଳି ଭାବେ ଦିନକୁ ଦିନ ଶିଶୁ ହତ୍ୟା,

ଶିଶୁ ଅପହରଣ, ଓ ଶିଶୁ ନିର୍ଯାତନା ସହିତ ମହିଳା ମାନଙ୍କ ପ୍ରତି ମଧ୍ୟ ନିର୍ଯ୍ୟାତନା ସାଙ୍ଗକୁ ସେମାନଙ୍କ ଉପରେ ଯେଉଁ ଅପରାଧୀ ମାନଙ୍କ ର ବେବିଚାର ନିୟନ୍ତ୍ରଣ କ୍ଷେତ୍ରରେ ନବୀନ ସରକାର ଙ୍କର 21ବର୍ଷ ଶାସନ କାଳରେ ସରକାରଙ୍କ ଚରମ ବିଫଳତା ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର କଂଗ୍ରେସ ଦଳର ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ଆହ୍ୱାନ କ୍ରମେ ଜିଲ୍ଲାର ବିଭିନ୍ନ ପ୍ରାନ୍ତ ରୁ କଂଗ୍ରେସ ଦଳର କର୍ମୀ ଏବଂ କର୍ମକର୍ତ୍ତା ଶତାଧିକ ସଂଖ୍ୟାରେ ଆସି ଏହି କାର୍ଯ୍ୟକ୍ରମରେଯୋଗଦାନ କରି ସାମିଲି ହୋଇଥିଲେ,

ଉକ୍ତ ଗଣ ବିକ୍ଷୋପକାର୍ଯ୍ୟକଂଗ୍ରେସ ଦଳର ବରିଷ୍ଟ ନେତା ଶ୍ରୀ ଗଣେଶ୍ୱର ବେହେରା, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା, ଡେରାବିଶ ର ପୂର୍ବତନ ବିଧାୟକ ଓ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଚିନ୍ମୟ ବେହେରା, ସମୀର ରଞ୍ଜନ ଜେନା, ରଞ୍ଜନ ମହାନ୍ତି, ଅନନ୍ତ ସେଠୀ, ତାପସ ସାହୁ, ଦିଲ୍ଲୀପ କୁମାର ସିଓ, ଅଲେଖ ବେହେରା, ଦେବେନ୍ଦ୍ର ଜେନା, ମୁକୁତାର ଖାଁ, ରାଜ୍ୟ ମିଡ଼ିଆ ସେଲ ମୁଖପାତ୍ର ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ଗଣ ବିକ୍ଷୋପ ସହିତ ଏସପି ଙ୍କ କାର୍ଯ୍ୟଳୟ କୁ ଘେରାଉ କରି ସରକାର ଏବଂ ଜିଲ୍ଲାର ସମସ୍ତ ଥାନା ମାନଙ୍କ ରେ ପୋଲିସ ର ଯେଉଁପ୍ରକାର ମନମୁଖୀ କାର୍ଯ୍ୟ ଆଉ ଚଳିବ ନାହଁ ବୋଲି ଜିଲ୍ଲା ସଭାପତି ରୋକ ଠୋକ କହି ରଖିଥିଲେ, ଜନସାଧାରଣ ଙ୍କ ସମ୍ବିଧାନିକ ଅଧିକାର ଅଛି, ପୋଲିସ ପାଖରୁ ପାଇବା ପାଇଁ ଶେଷରେ ନାରାବାଜିଓ ଭାଷଣ ରେ ପ୍ରକମ୍ପିତ ହୋଇଉଠିଥିଲା, ଯେହେତୁ କଟକ ଓ ଚାନ୍ଦବାଲି ର ରାଜରାସ୍ତା କଡରେ କାର୍ଯ୍ୟକ୍ରମ ର ବ୍ୟବସ୍ଥା ଥିଲା ଇତି ମଧ୍ୟରେ କିଛି କ୍ଷଣ ପାଇଁ ଅନେକ ଯାତ୍ରୀ ମାନଙ୍କ ପାଇଁ ମୁଖ୍ୟ ରାସ୍ତାରେ କିଛି କିଛି ଅସୁବିଧା ର ନଜିର ମଧ୍ୟ ଦେଖିବାକୁ ମିଳିଥିଲା,     (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି/ ଅନିରୁଦ୍ଧ ସେଠୀ)

Exit mobile version