ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୨୨-୦୧ -୨୦୨୦ରିଖ :- ୪୬ ବର୍ଷୀୟା ମଞ୍ଜୁଲତାଙ୍କୁ ଲଗାତାର ତିନି ମାସ ପର୍ଯ୍ୟନ୍ତ ବେକର ଡାହାଣ ପାଶ୍ୱର୍ରେ ହେଉଥିବା ଅତ୍ୟଧିକ ଯନ୍ତ୍ରଣା କାରଣରୁ ଚିକିତ୍ସା ପାଇଁ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତରଙ୍କ ସହ ପରାମର୍ଶ ପରେ ତାଙ୍କର ଏକ ସିଟି ଆଞ୍ଜିଓଗ୍ରାମ କରାଯାଇଥିଲା ଯେଉଁଥିରେ ତାଙ୍କର ଓସିପିଟାଲ ଧମନୀରେ ଏକ ବିରଳ ସ୍ୟୁଡୋଆନ୍ୟୁରିଜିମ୍ ବଢୁଥିବା ଦେଖାଯାଇଥିଲା । ଏକ ସ୍ୟୁଡୋଆନ୍ୟୁରିଜିମ୍ ହେଉଛି ରକ୍ତର ଏକ ସଂଗ୍ରହ ଯାହାକି ଏକ ଧମନୀର ଦୁଇଟି ବାହ୍ୟ ଆବରଣ ମଧ୍ୟରେ ସୃଷ୍ଟି ହୋଇଥାଏ । ଓସିପିଟାଲ ଧମନୀ ସ୍ୟୁଡୋଆନ୍ୟୁରିଜିମ୍ ଗୁଡିକ ହେଉଛନ୍ତି ଅତ୍ୟନ୍ତ ବିରଳ ଏବଂ ଏହା ଦନ୍ଥରା କିମ୍ବା ଶକ୍ତ ମାନସିକ ଆଘାତ କିମ୍ବା ଆଇଟ୍ରୋଜେନିକ୍ ଆଘାତ କାରଣରୁ ହୋଇଥାଏ । ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଏଭଳି ଏକ ବିରଳ ଅସ୍ତ୍ରୋପଚାରକୁ ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ସିଟିଭିଏସ୍ ନିର୍ଦ୍ଦେଶକ, ଡଃ କରୁଣାକର ପାଢୀଙ୍କ ତତ୍ୱାବଧାନରେ ସଫଳତାର ସହ କରାଯାଇଛି । ସ୍ୟୁଡୋଆନ୍ୟୁରିଜିମ୍ର ଆକାର ୧୦ ଙ୍ଘ୧୪ ସେମି ଥିଲା । ଏହି ଫୁଲା ଏକ ପିଣ୍ଡୁଳା ଭଳି ବାହାରକୁ ବଢୁଥିଲା ଓ ଖପୁରୀ ହାଡକୁ ଧୀରେ ଧୀରେ ନଷ୍ଟ କରୁଥିଲା । ରକ୍ତ ବାହିକାରେ ଆଘାତ ଲାଗିଥିବାରୁ ରୋଗୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହୋଇଯାଇଥିଲା, ଯାହାଫଳରେ ରକ୍ତ ଗୋଟିଏ ସ୍ଥାନରେ ଠୂଳ ହୋଇ ଏକ ଟ୍ୟୁମରର ଆକାର ଧାରଣ କରିଥିଲା ଯାହାକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରିବାର ଆବଶ୍ୟକତା ଥିଲା । ଏହି ଚିକିତ୍ସା ସମ୍ପର୍କରେ ମତ ରଖି ଡଃ କରୁଣାକର ପାଢୀ କହିଛନ୍ତିଯେ, ଌକ୍ତଙ୍କକ୍ଟଗ୍ଧ; ଚିକିତ୍ସା ସମୟରେ ମଞ୍ଜୁଲତାଙ୍କ ଓସିପିଟାଲ ଧମନୀରେ ଏକ ସ୍ୟୁଡୋଆନ୍ୟୁରିଜିମ୍ ବଢୁଥିବା ଜଣାପଡିଥିଲା । ଉକ୍ତ ଟ୍ୟୁମର୍କୁ କାଟିଦିଆଯାଇଥିଲା ଯାହା ବେକ ଆଡକୁ ବଢୁଥିଲା । ବାହ୍ୟ ଧମନୀ ଚାପି ହୋଇରହିଥିଲା ଏବଂ ସ୍ୟୁଡୋଆନ୍ୟୁରିଜିମ୍ ଖୋଲି ଯାଇଥିଲା । ପରେ ବ୍ଲଡ଼୍ କ୍ଲଟ ଗୁଡିକୁ ସଫା କରାଯିବା ସହ ବାହାର ଅଂଶରେ ଥିବା ଗ୍ରନ୍ଥିକୁ ହଟାଯାଇ ସିଲେଇ କରାଯାଇଥିଲା । ଏହି ଅସ୍ତ୍ରୋପଚାର ୩ ଘଂଟା ପର୍ଯ୍ୟନ୍ତ ଚାଲିଥିଲା । ରୋଗୀ ଜଣଙ୍କ ଏବେ ସୁସ୍ଥ ହେଉଥିବା ବେଳେ ଖୁବ୍ଶୀଘ୍ର ସାଧାରଣ ଜୀବନ ବିତାଇବାକୁ ସକ୍ଷମ ହେବେ । ଓସିପିଟାଲ ଧମନୀ ସ୍ୟୁଡୋଆନ୍ୟୁରିଜିମ୍ ଅତ୍ୟନ୍ତ ବିରଲ ହୋଇଥିବା ପ୍ରତ୍ୟେକ ଚିକିତ୍ସା କ୍ଷମତାର ସାବଧାନତାର ସହ ମୂଲ୍ୟାଙ୍କନ କରାଯିବା ଉଚିତ ଥିଲା । ଏଥିରେ ଅତ୍ୟଧିକ ରକ୍ତସ୍ରାବ ବା ହାମରେଜ୍ର ବଡ ରିସ୍କ ରହିଥିଲା, ତେଣୁ ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ଅତ୍ୟଧିକ ସାବଧାନ ରହିବା ଜରୁରୀ ଥିଲା । ଡାକ୍ତର ମାନଙ୍କୁ ତଥା ହସ୍ପିଟାଲକୁ ନିଜ ଜୀବନ ବଂଚାଇଥିବା କାରଣରୁ ଧନ୍ୟବାଦ ଜଣାଇ ମଞ୍ଜୁଲତା କହିଛନ୍ତିଯେ, ମୋ ବେକରେ ଥିବା ବଡ ରକ୍ତ ପିଣ୍ଡୁଳା କାରଣରୁ ମୋତେ ଏହାକୁ ସମସ୍ତଙ୍କଠାରୁ ଲୁଚାଇ ରଖିବାକୁ ପଡୁଥିଲା । ଏହି ପିଣ୍ଡୁଳା ଦ୍ରୁତଗତିରେ ବଢିଚାଲିଥିଲା ଏବଂ ଯନ୍ତ୍ରଣା ମଧ୍ୟ ବଢୁଥିଲା । ବେଳେ ବେଳେ ଯନ୍ତ୍ରଣା ଅସହ୍ୟ ହୋଇପଡୁଥିଲା । ତେବେ ଠିକ୍ ସମୟରେ ହସ୍ପିଟାଲକୁ ଆସି ବିଳମ୍ବ ହେବା ପୂର୍ବରୁ ନିଜର ଚିକିତ୍ସା କରାଇଥିବାରୁ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ମୁଁ ଡାକ୍ତର ଓ ଅନ୍ୟ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଉଛି ଯେଉଁମାନେ ମୋର ହସ୍ପିଟାଲ ରହଣୀ ସମୟରେ ଉପଯୁକ୍ତ ଯତ୍ନ ନେଇଛନ୍ତି ଓ ମୋତେ ସହଯୋଗ କରିଛନ୍ତି ।
ବିଆର ଲାଇଫ କଳିଙ୍ଗ ହସ୍ପିଟାଲରେ ଧମନୀରେ ବିରଳ ସ୍ୟୁଡୋଆନ୍ୟୁରିଜିମ୍ ଅସ୍ତ୍ରୋପଚାର

- Categories: ଓଡ଼ିଶା, ଜୀବନଚର୍ଯ୍ୟା, ବାଣିଜ୍ୟ, ହୋମ୍
Related Content
କମ୍ପାନୀ ସେକ୍ରେଟାରିଜ୍ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍ଯାପିତ
by
Proprietor Abhimanyu Maharana
September 9, 2026
54th National Convention of Company Secretaries concludes in Bhubaneswar
by
Proprietor Abhimanyu Maharana
September 9, 2026
ଉଦ୍ୟାନ ବିଭାଗ ତରଫରୁ ଆଳୁ ବିହନ ବିତରଣର ଶୁଭାରମ୍ଭ : ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ
by
Proprietor Abhimanyu Maharana
September 9, 2026
ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ସ୍ନାତକ ସମାରୋହରେ ଯୋଗଦେଲେ ରାଜ୍ୟପାଳ
by
Proprietor Abhimanyu Maharana
September 8, 2026
ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ
by
Proprietor Abhimanyu Maharana
September 8, 2026
ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ
by
Proprietor Abhimanyu Maharana
September 8, 2026