ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମ୍ମନୟ ସମି ଶାଖା ପକ୍ଷରୁ କେନ୍ଦ୍ର ସରକାର କୃଷି ଆଇନ କୁ ବିରୋଧ – ମୃତ ଚାଷୀ କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ  

ଓଡ଼ିଶା ତାଜା ନ୍ୟୁଜ (୨୧ ଡିସେମ୍ବର ସୋମବାର )ଗଜପତି :- ସଂଯୁକ୍ତ କୃଷକ ମୋର୍ଚ୍ଚାର ଆହ୍ବାନ କ୍ରମେ ଗଜପତି ଜିଲ୍ଲା ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଶାଖା ତରଫରୁ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ଠାରେ ଚାଲିଥିବା ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପାରଳାଖେମୁଣ୍ଡି ସ୍ଥିତ ସିପିଏମ ନିଷ୍ପି ଜିଲ୍ଲା କାର୍ଯ୍ୟାଳୟରେ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇ ମୃତ୍ୟୁବରଣ କରିଥିବା ୨୯ଜଣ କୃଷକଙ୍କ ଫୋଟଚିତ୍ର ରେ ପୁଷ୍ପମାଲ୍ଯ ଅର୍ପଣ ଟ୍ସେ କରାଯିବା ସହ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ନୀରବ ପାର୍ଥନା କରାଯାଇଥିଲା ।

ଏଥିରେ BKMUର ରାଜ୍ଯ ସଭାପତି ତଥା CPI ଜିଲ୍ଲା ସମ୍ପାଦକ ଜେନା ସୁବାଷଚନ୍ଦ୍ର ରାଓ, CPI (M) ଜିଲ୍ଲା ସମ୍ପାଦକ ଦଣ୍ଡପାଣି ରଇତ, ଆଇନଜୀବୀ ତଥା ବରିଷ୍ଠ ଆଇନଜୀବୀ ଉପେନ୍ଦ୍ର ନାୟକ, CPI(ML)ର ଶ୍ରୀନିବାସ ବେହେରା, CITUର ପି ମୂରଲୀ କ୍ରିଷ୍ଣା, ଦଳିତ ନେତା ମୋହିତ ମିଶାଲ, ଇସମାଇଲ ଶବର,ଏମ ବାଙ୍ଗାରୀ, କର୍ଣ ସ୍ବାଲସିଂ,ଆଦିବାସୀ ନେତା ନୀଳ ରାୟପାତ୍ର,ହେମନ୍ତ ଶବର ଓ ରାଉତ ଚନ୍ଦ୍ର ଶେଖର ଦେଓଙ୍କ ସମେତ ବହୁ ବାମପନ୍ଥୀ ନେତା ଓ କର୍ମୀ ଯୋଗଦେଇଥିଲେ ।(ଗଜପତି ଜିଲ୍ଲା /ଗରୁଡ଼ ଧ୍ୱଜ ଚୌଧୁରୀ)

Exit mobile version