ପାଣି ପାଇଁ ଧାରଣାରେ ବଡଝରା ଗ୍ରାମବାସୀ ; ୫୩ନଂ ଜାତୀୟ ରାଜପଥ ଅବରୋଧ

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ରବିବାର )ଢେଙ୍କାନାଳ :- ଜିଲ୍ଲା କାମାକ୍ଷାନଗର ବ୍ଲକ ବଡଝରା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ଆଜି ଅପରାହ୍ନରେ କାମାକ୍ଷାନଗର ପରଜଙ୍ଗ ୫୩ନଂ ଜାତୀୟ ରାଜପଥ ଉପରକୁ ଉଠି ଆସି ରାସ୍ତା ଅବରୋଧ କରିବା ସହ ପିଇବା ପାଣି ନ ମିଳିବା ପର୍ଯ୍ୟନ୍ତ ଧାରଣାରେ ବସି ରହିଛନ୍ତି । ସୂଚନା ମୁତାବକ, ଗ୍ରାମର ନୂଆସାହି ପାଣି ଟାଙ୍କିର ମରମତି ଏବଂ ନୂତନ ପାଇପ୍ ସଂଯୋଗ ନିମନ୍ତେ ଆଜକୁ ମାସେ ହେବ ଗ୍ରାମବାସୀ ପାଣି ଟୋପାଏ ପାଇଁ ହଟହଟା ହେଉଥିବା ବେଳେ ତାରି ଭିତରେ ଲୋକଙ୍କ

ପ୍ରଚେଷ୍ଟାରେ ଯଥାଶୀଘ୍ର ମରାମତି କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ପାଣି ସପ୍ଲାଇ ହେଇ ପାରୁନି । ଯାହା ଫଳରେ ଗ୍ରାମବାସୀମାନେ ପାଣି ଟୋପାଏ ପାଇଁ ନାହିଁ ନଥିବା ହଟହଟା ହେଉଛନ୍ତି । ସରପଞ୍ଚ ଓ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ମଧ୍ୟ ପିଇବା ପାଇଁ ପାଣି ଟୋପାଏ ମିଳି ପାରିଲା ନାହିଁ । ଯାହାକୁ ନେଇ ଆଜି ଅପରାହ୍ନରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ପାଣି ପାଇଁ ୫୩ନଂ ଜାତୀୟ ରାଜପଥ ଅବରୋଧ ଧାରଣାରେ ବସିଥିବା ସୂଚନା ମିଳିଛି । (ରିପୋର୍ଟ – ଅମର ରଞ୍ଜନ ଦାସ)

Exit mobile version