ନୟାଗଡ “ସାହିସବୁଜିମା”କାର୍ଯ୍ୟକ୍ରମରେ ନୟାଗଡ ଖେଳପଡ଼ିଆ ସାମିଲ ହେଲା

ଓଡ଼ିଶା ତାଜା ନ୍ୟୁଜ (୨୦ ଡିସେମ୍ବର ରବିବାର ) ନୟାଗଡ଼ :- ନୟାଗଡ଼ ସହରକୁ ଶାନ୍ତ,ସରଳ,ସଫାସୁତୁରା ଓ ସେ।ମ୍ୟ ରଖିବାକୁ ମା’ ଫାଉଣ୍ଡେସନ୍ , ୱାର୍କ ଆଉଟ୍ ଗ୍ରୁପ ଏବଂ ଗୁପ୍ତା ଡିଷ୍ଟ୍ରିଵୁଟର୍ସ, ନୟାଗଡ଼ ଆନୁକୂଲ୍ୟରେ କିଛି ଯୁବ ସାମାଜିକ ତା. 20.12.2020 (ରଵିଵାର)  ଦିନ ….’ସାହି ସବୁଜିମା ଅଭିଯାନ’ ଅନ୍ତର୍ଗତ ନୟାଗଡ଼ ଖେଳ ପଡ଼ିଆ ସଫେଇ କାର୍ଯ୍ୟକ୍ରମ କୁ ମା’ ଫାଉଣ୍ଡେସନ୍ ର ସଂପାଦକ ରଂଜନ ରଶ୍ମି ଜେନା,ନୟାଗଡ ଲେଖକ ପରିଷଦ ର ସଂପାଦକ ତଥା ଶିକ୍ଷା ବିତ, ବିଶିଷ୍ଟ କବି ଶେଖ୍ ଅବଦୁଲ ଖାଲିକ ଓ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ମ୍ୟାନେଜର ବିଷ୍ଣଚରଣ ଵେହେରା (ଗଗନ )ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଚୋପାଳି, ଦୁର୍ଗା ମାଧବ ଦୋରା,ସୁନୀଲ କୁ. ପ୍ରଧାନ, ମନମୋହନ ସାହୁ,କାଳନ୍ଦୀ ଆଚାରୀ,ସାମସୁଦ୍ଦିନ ଅହେମଦ,ଵିଜୟାନଂନ୍ଦ ମହାପାତ୍ର, ଗୋପୀନାଥ ସେଠୀ, ଵିପ୍ଳଵ ସତ୍ୟସୁନ୍ଦର ଦାସ, ଯତୀଶ୍,ଜିତୁ,ଵିଵେକ, ଚନ୍ଦନ (ଜୁନିୟର) ଏଵଂ ବହୁ ଉସ୍ଚାହୀ ଯୁବକ ଓ ପ୍ରଭାତଭ୍ରମଣ ପାଇଁ ଖେଳ ପଡିଆକୁ ଆସିଥିବା କିଛି ସହର ଵାସିନ୍ଦା ଉପସ୍ଥିତ ରହି ସାମୁହିକ ସଫେଇ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ । ଏଭଳି ଜନହିତକର କାର୍ଯକ୍ରମ ପ୍ରତ୍ୟେକ ରଵିଵାରେ ନୟାଗଡ଼ ସହର ମଧ୍ୟରେ କରିବାକୁ ସହମତି ଓ ଉତ୍ସାହ ପ୍ରକାଶ ପାଇଥିଲା ।    (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version