ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ; ମୁଁ ଯେତେବେଳେ ରାଜନୀତିକୁ ଆସିଲି…

ମୋ ପାଇଁ ଦଳ ବଡ, ଦଳ ରହିଲେ ଆମେ ବିଧାୟକ, ନେତା ଓ ମନ୍ତ୍ରୀ ହେବା,ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ

ଓଡ଼ିଶା ତାଜା ନ୍ୟୁଜ (୨୦ ଡିସେମ୍ବର ରବିବାର )ଭୁବନେଶ୍ୱର :- ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ “ମୁଁ ଯେତେବେଳେ ରାଜନୀତିକୁ ଆସିଲି, ମୁଁ ସବୁବେଳେ ଚେଷ୍ଟା କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବା ପାଇଁ, ଆଉ ମତେ ଅଧିକା କିଛି କାମ କରିବା ପାଇଁ ସୁଯୋଗ ମିଳିବ, ଦଳରେ ସେମିତି କିଛି ହୁଏନା । ” ଶ୍ରୀ ଦାସ କହିଥିଲେ” ମୁଖ୍ୟମନ୍ତ୍ରୀଙ୍କ ଜଣେ ବ୍ୟକ୍ତିଗତ ଲୋକ ମତେ କହିଥିଲେ, ମୁଖ୍ୟମନ୍ତ୍ରୀ ଯେତେବେଳେ ଲୋକଙ୍କ ପାଇଁ କାର୍ଯ୍ୟ କରନ୍ତି ସେତେବେଳେ ସେ ଖୁସି ପାଆନ୍ତି, ଓଡିଶା ଲୋକ ଖୁସି ହେଲେ ମୁଁ ଖୁସି ହୁଏ ବୋଲି ସେ କହିଥିଲେ। ସେତେବେଳେ ମୁଁ ବୁଝିଲି ମୁଖ୍ୟମନ୍ତ୍ରୀଙ୍କୁ ଖୁସି କଲେ କିଛି ମିଳିବନି, ଲୋକଙ୍କୁ ଖୁସି କଲେ ମିଳିବ ” ।

ଯୁବ ବିଜେଡ଼ି କାର୍ଯ୍ୟକାରିଣୀ ବୈଠକରେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ ଯୁବ ବିଜେଡ଼ି କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସେ ନିଜର ଅଭିଭାଷଣ ଆରମ୍ଭ କରିବା ପୂର୍ବରୁ ବୈଠକରେ ବସିଥିବା ବିଧାୟକ ମାନଙ୍କୁ ‘ବିଧାୟକ’ ବୋଲି ସମ୍ବୋଧନ କରି ନ ଥିଲେ । ପରେ ସେ ବିଷୟରେ ବୁଝାଇ କହିଥିଲେ ଯେ,”ମୋ ପାଇଁ ଦଳ ବଡ, ଦଳ ରହିଲେ ଆମେ ବିଧାୟକ, ନେତା ଓ ମନ୍ତ୍ରୀ ହେବା” ଯାହାକୁ ସମସ୍ତେ ସମର୍ଥନ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗକୁ ଅନୁସରଣ କରି କିପରି ଆଜିକା ସମୟରେ ଜଣେ ସଫଳ ବ୍ୟକ୍ତିତ୍ୱ ହୋଇପାରିଛନ୍ତି ତାକୁ ବ୍ୟାଖ୍ୟା କରିଥିଲେ ଶ୍ରୀ ଦାସ ।

ସେ ଆହୁରି ମଧ୍ୟ କହିଥିଲେ ଯେ, “ମୁଁ ଶକ୍ତି ମନ୍ତ୍ରୀ ଥିବା ସମୟରେ ବାତ୍ୟା ହୁଡହୁଡ ସମୟରେ ମୁଁ ଯେତେବେଳେ ଭାଇଜାଗ ଯାଇଥିଲି ସେଠାରେ ସେମାନେ ମତେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ପରି ସ୍ଵାଗତ କରିଥିଲେ । ଆଉ କହିଥିଲେ ଓଡିଶାର ଓଡ୍ରାଫ ଟିମ୍, ଆଉ ଓଡ଼ିଶାର ଲକ୍ଷେ ଲିଟର କ୍ଷୀର ଦେଇ ଯେଉଁ ଭଳି ଭାବରେ ସାହାଯ୍ୟ କଲେ, ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆମର କୃତଜ୍ଞତା ଜଣାଇବ ।

ଦଳରେ ବବି ଭାଇ ନାଁରେ ପରିଚିତ ଶ୍ରୀ ଦାସ କର୍ମକର୍ତ୍ତାମାନଙ୍କୁ ଦଳ କିପରି ଆଜି ସଫଳତା ହାସଲ କରିଛି ତା ଉପରେ କହିଥିଲେ। ବିଜୁ ପଟ୍ଟନାୟକଙ୍କ ସହ ବିତାଇଥିବା କିଛି ମୁହୂର୍ତ୍ତକୁ କର୍ମୀଙ୍କ ସହ ବାଣ୍ଟି ସେ କହିଥିଲେ, ସେ କେବଳ ଓଡ଼ିଶା ବିଷୟରେ ହିଁ ଭାବନ୍ତି ଏବ୍ଂ ଲୋକ କଲ୍ୟାଣକୁ ପ୍ରଥମ ଆଭିମୁଖ୍ୟ ଦିଅନ୍ତି । ସେ କେବେ ବି ବାହାରକୁ ନଯାଇ ୨୪ ଘଣ୍ଟା ନିଜ ସ୍ୱାର୍ଥକୁ ପଛରେ ପକାଇ ଓଡ଼ିଶାର ତଥା ଓଡିଆ ଲୋକଙ୍କ ପାଇଁ କାମ କରିଛନ୍ତି । “ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଅନୁପ୍ରାଣିତ ହେବା ଦରକାର” ।

Exit mobile version