ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର ତା ୨୧/୦୧ /୨୦୨୦ :- ଅଂଚଳର ଶ୍ରେଷ୍ଠ ଘରୋଇ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରେ ଅନ୍ୟତମ ଆମ୍ରି ହସ୍ପିଟାଲ୍ସ ପକ୍ଷରୁ ପୂର୍ବ ଭାରତର ପ୍ରଥମ କାର୍ଡିଆକ୍ ସପୋର୍ଟ ଗ୍ରୁପ୍ (ହୃଦରୋଗ ସହାୟତା ଦଳ) ଗଠନ କରିବା ପାଇଁ ହୃଦରୋଗୀଙ୍କୁ ନେଇ ଏକ ମଂଚ (ପ୍ଲାଟଫର୍ମ) ଗଠନ କରାଯାଇଛି । ହାପି ହାର୍ଟ କ୍ଲବ୍ ନାମକ ଏହି ପ୍ଲାଟଫର୍ମକୁ ଚିକିତ୍ସା ଲାଭ କରିଥିବା କିଛି ରୋଗୀ ମିଳିତ ଭାବେ ଉନ୍ମୋଚନ କରିଛନ୍ତି । ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱରରେ ଥିବା ସଦ୍ୟତମ ପ୍ରଯୁକ୍ତି ଓ ଚିକିତ୍ସା ପ୍ରୋଟୋକଲ୍ ଯଥା ଏମ୍ଆଇସିଏସ୍ (ମିନିମାଲ ଇନଭେସିଭ୍ କାର୍ଡିଆକ୍ ସର୍ଜରି), ଟିଓଏଫ୍ (ଟେଟ୍ରୋଲୋଜି ଅଫ୍ ଫାଲୋଟ ସର୍ଜରି), ଏଏସ୍ଡି, ଭିଏସ୍ଡି, ପିଡିଏ, ସିଆର୍ଟିଡି, ପ୍ରାଇମେରି ଆଞ୍ଜିଓପ୍ଲାଷ୍ଟି, ଇଲେକ୍ଟ୍ରୋଫିଜିଓଲୋଜି ଷ୍ଟଡି ଏବଂ ନାନୋ ପେସ୍ମେକର, ବ୍ୟତୀତ ସାଧାରଣ ଚିକିତ୍ସା ପଦ୍ଧତି ଯଥା ସିଏବିଜି, ପିଟିସିଏ ଇତ୍ୟାଦି ଜରିଆରେ ଡାକ୍ତର ଚିକିତ୍ସା ସୁବିଧା ହାସଲ କରିଥିବା ରୋଗୀମାନଙ୍କ ଦ୍ୱାରା ଏହି ହୃଦରୋଗ ସହାୟତା ଦଳ ସ୍ଥାପନ କରିବାର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିଛି ଦିନ ତଳେ ଜଟିଳ ହୃଦରୋଗ ପ୍ରକ୍ରିୟା ଦେଇ ଗତି କରିଥିବା ୪୧ ବର୍ଷୀୟ ଶ୍ରୀଯୁକ୍ତ ବାସୁଦେବ ଦାସ କହିଛନ୍ତି ଯେ, ହାପି ହାର୍ଟ କ୍ଲବ ଭଳି ଏକ ହୃଦରୋଗ ସହାୟତା ଦଳ ହେଉଛି ଜଟିଳ ଚିକିତ୍ସା ସୁବିଧାର ହିତାଧିକାରୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଏମାନେ ଭବିଷ୍ୟତରେ ହୃଦରୋଗ ସମ୍ପର୍କିତ ଜଟିଳତାର ଶିକାର ହେବାର ଆଶଙ୍କା ରହିଛି । “ଆମେ ଏକ ଏଭଳି ପ୍ଲାଟଫର୍ମ ଚାହୁଁଥିଲୁ ଯେଉଁଠାରେ ଆମେ ନିଜର ସମସ୍ୟା ବିଷୟରେ ଆଲୋଚନା କରିପାରିବୁ ଏବଂ ସମସ୍ୟାକୁ ବାଂଟିପାରିବା ।
ଏହା ବିଶେଷ କରି ଧୂମପାନକାରୀ ଏବଂ ନିୟମିତ ମୃଦୁ ପାନୀୟ ସେବନ କରୁଥିବା ବ୍ୟକ୍ତିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନଙ୍କ ଠାରେ ହୃଦରୋଗର ଉଚ୍ଚ ଆଶଙ୍କା ରହିଥାଏ ।’’ ଶ୍ରୀମତୀ ହୁର୍ ବିବି, ବୟସ ୩୯, ଯାହାଙ୍କ ସମାନ ଧରଣ ଜଟିଳ ପ୍ରକ୍ରିୟାରେ ଆମ୍ରି ହସ୍ପିଟାଲସ୍ରେ କରାଯାଇଥିଲା ସେ ସମାନ ସମସ୍ୟା ଆଶଙ୍କା ପ୍ରକଟ କରିଛନ୍ତି ଏବଂ କହିଛନ୍ତି ଯେ, ହାପି ହାର୍ଟ କ୍ଲବ ନିଜର ହୃଦୟର ସ୍ୱାସ୍ଥ୍ୟ ବିଷୟରେ ଜାଣିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ବେଶ ଲାଭଦାୟକ ହେବ । ଏହି ଅବସରରେ ଅରୋଗ୍ୟ ଲାଭ କରିଥିବା ରୋଗୀମାନଙ୍କ ଅଭିଭାବକମାନେ ଆମ୍ରି ହସ୍ପିଟାଲସ୍ର ଡାକ୍ତରମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଡକ୍ଟର ଜିତେନ୍ଦ୍ରନାଥ ପଟ୍ଟନାୟକ, ଡକ୍ଟର ଚନ୍ଦ୍ରଭାନୁ ପରିଜାଙ୍କ ଭଳି ଅଗ୍ରଣୀ କାର୍ଡିଆକ ସର୍ଜନ ଓ ଡକ୍ଟର ଜେ କେ ପାଢ଼ୀ ଓ ଡକ୍ଟର ଲିଙ୍ଗରାଜ ନାଥ, ଡକ୍ଟର ମହେଶ ପ୍ରସାଦ ଅଗ୍ରୱାଲ ଓ ଡକ୍ଟର ଏସ୍ ଏନ୍ ପଣ୍ଡାଙ୍କ ଭଳି ହୃଦରୋଗ ବିଶେଷଜ୍ଞ ସମେତ ସମସ୍ତେ ସହମତ ହୋଇଛନ୍ତି ଯେ ଆଜିର ଦିନ ଏବଂ ସମୟରେ, ହୃଦରୋଗ ଚିକିତ୍ସାରେ ଅଧିକ ଗୁରୁତ୍ୱ ଉପଷମ ବ୍ୟବସ୍ଥା ଭିତିକ ବଦଳରେ ପ୍ରତିଷେଧମୁଳକ ବ୍ୟବସ୍ଥା ଉପରେ ଦେବା ଉଚିତ । ଏକ ଦଶନ୍ଧୀ ପୂର୍ବେ ଯେଉଁ ସ୍ଥିତି ଥିଲା ତାହା ତୁଳନାରେ ଜଟିଳ ହୃଦରୋଗ ସମସ୍ୟାକୁ ଉପଷମ କରିବା ଅଧିକ ସହଜ ହୋଇପାରିଛି । ମାତ୍ର, ଲୋକମାନେ ପ୍ରତିଷେଧମୂଳକ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱାରୋପ କରିବା ଆବଶ୍ୟକ କାରଣ ତାହା ତାଙ୍କୁ ସୁସ୍ଥକର ଜୀବନ ବଂଚିବାରେ ସହାୟକ ହେବ ବୋଲି ସେମାନେ କହିଛନ୍ତି ।
