ବୁଲା ଗୋରୁଗାଈଙ୍କୁ ଉଠାଇ ସବୁ ଆଡୁ ପ୍ରଶଂସା ପାଉଛି ବ୍ରହ୍ମପୁର ମହନଗର ନିଗମ

ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) ବ୍ରହ୍ମପୁର :- ବ୍ରହ୍ମପୁର ମହାନଗର ଓ ନିକଟ ୧୬ ନଂ ଜାତୀୟ ରାଜପଥରେ ବୁଲା ଗାଈ, ମଈଁଷୀ ଓ ଅନ୍ୟାନ୍ୟ ପଶୁ ମାନଙ୍କ ଅବାଧ ପ୍ରତିରୋଧ ଫଳରେ ପ୍ରାୟ ପ୍ରତ୍ୟେକ ଦିନ କେତେ ବେଳେ ଗୋରୁଗାଈ ତ ଆଉ କେତେବେଳେ ଗାଡ଼ି ଚାଲକ ଦୁର୍ଘଟଣା ଘୋଟି ବହୁ ଧନ ଜୀବନ ନଷ୍ଟ ହେବା ସହ ସହର ମଧ୍ୟରେ ଵହୁ ସମୟ ଟ୍ରାଫିକ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଥାଏ। ଏଥିପ୍ରତି ଵହୁ ଅଭିଯୋଗ ଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ତତ୍ପରତା ପ୍ରକାଶ କରିଛନ୍ତି ମହନଗର। ବିଭିନ୍ନ ସାହିରେ ଓ ରାସ୍ତା ଅବରୋଧ କରି ଲୋକଙ୍କ ଯାତାୟାତ ଓ ଧନ ଜୀବନକୁ ନଷ୍ଟ କରୁଥିବା ଏହି ନିରୀହ ନିଷ୍ପାପ ପଶୁ ମାନଙ୍କୁ ମହନଗର ଟିମ ଧରି କଞ୍ଜିଆ ହୁଦାରେ ରଖି ମାଲିକ ମାନଙ୍କ ଠାରୁ ଫାଈନ୍ ଆଦାୟ କରାଯାଉଛି।ମହନଗର ଏହି ବଳିଷ୍ଠ ଓ ତ୍ୱରାନ୍ୱିତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରି ସାମ୍ଭାଦିକ ଓ ସମାଜସେବୀ ମାନେ ମାନ୍ୟବର ମହନଗର ନିଗମ କୋମିସନରଙ୍କୁ ସାକ୍ଷତ କରି ସାଦୁବାଦ୍ ଅର୍ପଣ କରିଥିଲେ। ପଶୁପ୍ରେମୀ ତଥା ସାମ୍ଭାଦିକ ଲଲାଟେନ୍ଦୁ ଚୌଧୁରୀ,

ସରୋଜ କୁମାର ପଟ୍ଟନାୟକ, ଅନୀଲ କୁମାର ଚୌଧୁରୀ, ମୁନା କୁମାର ସାହୁ, ବୁଡୁ ପାଢୀ ଓ ଦେବେନ୍ଦ୍ର କୁମାର ପଣ୍ଡା ଓ ଅନ୍ୟ ମାନେ ନିଜ ନିଜର ମତ ପ୍ରକାଶ କରିଥିଲେ। ଏହାରି ଜବାବରେ ମାନ୍ୟବର କୋମିସନର ସିଦ୍ଧେଶ୍ଵର ବଳିରାମ ବୋନ୍ଦାରଙ୍କ ପ୍ରତିଶ୍ରୁତି ଦେଇଥିଲେ ଯେ ତୁରନ୍ତ ଗାଈ ମାଲିକ ମାନଙ୍କୁ ଚିନ୍ନଟ କରାଯାଇ ସେମାନେ ସେମାନଙ୍କ ଗାଇ ଆଦି ଗୃହପାଳିତ ପଶୁ ମାନଙ୍କ ନିଜ ଗୁହାଲ ଘରେ ରଖିବେ ନତବା ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟାନ୍ୟ ବୁଲା ପଶୁ ମାନଙ୍କୁ ବର୍ତମାନ କୁକୁଡ଼ାଖଣ୍ଡି ରଖାଯାଉଛି ପରେ ସେମାନଙ୍କ ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ।ଏହା ସହ କିଛି ବ୍ୟକ୍ତି ଓ ସଙ୍ଘଗୁଡ଼ିକ ଗାଇକୁ ନେଈ ରାଜନୀତି କରିବା ସହ ସେମାନଙ୍କୁ ଉଠାଇବା ଏବଂ ସେମାନଙ୍କ ରଖିବା ଖାଇବା କୁ ନେଈ ତୁମ୍ଭିତୁଫାନ କରୁଛନ୍ତି ଫଳରେ ନୀରିହ ପଶୁମାନଙ୍କ ସହ ସଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମହାନଗର ବୁଲା ପଶୁ ଧରା ଟୀମକୁ ସମୟ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି । କମିଶନରଙ୍କ କହିବା ଅନୁସାରେ ଜନସାଧାରଣ ଏଥିପ୍ରତି ସଚେତନ ହୁଅନ୍ତି ତେବେ ନିରୀହ ପଶୁଙ୍କ ସହ ଜନସାଧାରଣ ସୁରକ୍ଷିତ ରହିପାରିବେ । ଏହାକୁ ନେଇ କୌଣସି ପ୍ରସଙ୍ଗ ନକରିବାକୁ ଏବଂ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସହଯୋଗ କାମନା କରିଛନ୍ତିି ।   (ରିପୋର୍ଟ/ଶେଷଦେବ ସାହୁ, ଗଞ୍ଜାମ ଜିଲ୍ଲା ବ୍ୟୁରୋ)

Exit mobile version