Home ଓଡ଼ିଶା ସେନାପତି ବ୍ୟାଟମିନଟନ୍ ଟୁର୍ନାମେଣ୍ଟ ଉଦଯାପିତ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) କୁକୁଡାଖଣ୍ଡି :- କୁକୁଡାଖଣ୍ଡି ସେନାପତି ରାଇସ ମିଲ ଠାରେ ଆଜି ସେନାପତି ବ୍ୟାଟମିନ୍ଟନ ଟୁର୍ନାମେଣ୍ଟ ଉଦଯାପନି କାର୍ଯ୍ୟକ୍ରମ ହୋଇଯାଇଛି । ସ୍ଥାନୀୟ ସରପଂଚ ଅଦଲ ଚେନେୟାଙ୍କ ତତ୍ଵlବଧାନରେ ଉଦଘାଟନ ହୋଇଥିଲା l ସେନାପତି ରାଇସ ମିଲ ଠାରେ 2 ଦିନ ଧରି ହୋଇ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ 16 ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ସେଥି ମଧ୍ୟରୁ 8 ଗୋଟି ଦଳ ପରାସ୍ତ ହୋଇଥିଲେ l ଖେଳ ର ଦୁତୀୟ ଦିନ 8 ଗୋଟି ଦଳ କୁ ନେଇ କ୍ୱାଟର ଫାଇନାଲ ସେମି ଫାଇନାଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଫାଇନାଲ ମ୍ୟାଚ ରେ ବିଜୟୀ ଦଳ ସୁମନ, ସିଟୁନୁ ବନାମ ଶୁଭନ, ମାନସ କୁ 2-1 ସେଟ ରେ ପରାସ୍ତ କରିଥିଲେ l ଫାଇନାଲରେ ବିଜୟ ଦଳକୁ 3333 ଟଙ୍କା ପୁରସ୍କାର ସହ ସିଲ ଓ ପରାଜୟ ଦଳକୁ 2222 ଟଙ୍କା ପୁରସ୍କାର ସିଲ ପ୍ରଦାନ କରାଯାଇଥିଲା l ଏହି ଟୁର୍ଣ୍ଣାମେଣ୍ଟରେ କୁକୁଡାଖଣ୍ଡି ସ୍ଥାନୀୟ ସରପଂଚ ଅଦଲ ଚେନେୟା,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ସାକା ସୁଜିତ କୁମାର, କେ ମଣି ବାବୁ, ଏ ଧର୍ମା , ଇପିଲି ରୁଷୀୟା, ପନାଡ ସୁବାସ, ବନବାସୀ ପାଢ଼ୀ ଏସ. ଚିନ୍ତା ଉଦଜାପନି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l ଶଙ୍କର ଗୌଡ଼, ଜିତେନ୍ଦ୍ର ମହାରଣା, ସନ୍ଦେଶ ପଟନାୟକ, ଲିଲୁ, ଅମିତ ଦାସ , ଗୋବିନ୍ଦ ବେହେରା,ପନାଡ଼ ଜଗଦୀଶ, ଏସ ନାରାୟଣ, କିଷାନ ଦୋରା, ଗୁଜୁରି ଚନ୍ଦନ, ବିଜୟ ଦେବ,ନୀଲେସ ଦଳାଇ, ସିମାଞ୍ଚଳ ସାହୁ, ଇଗେନ୍ଦ୍ର, ନକୁଳ ବେହେରା, ମହେଶ, ଶିବରାମ, ସମୀର ବେହେରାଙ୍କ ସମେତ ବହୁ ଉତ୍ସାହୀ ଯୁବକ ଉପସ୍ଥିତ ଥିଲେ।ଏହି ଅବସରରେ ବ୍ୟାଟମିନ୍ଟନ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଅଞ୍ଚଳରେ ଭାଇଚାର ଓ ଏକତା ଗଡ଼ି ତୋଳିବାରେ ସହାୟକ ହେବବୋଲି ଉଦଘାଟକ ସରପଂଚ ଅଦଲ ଚେନେୟା କହିଛନ୍ତି । ଆଗାମୀ ଦିନରେ କୁକୁଡାଖଣ୍ଡି ପଞ୍ଚାୟତରେ ଅନେକ କ୍ରୀଡା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ଦେଇଛନ୍ତି । ତେଣୁ ସ୍ଥାନୀୟ ଯୁବକ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । (ରିପୋର୍ଟ ଶେଷଦେବ ସାହୁ ଗଞ୍ଜାମ ଜିଲ୍ଲା ବ୍ୟୁରୋ) Categories: ଓଡ଼ିଶା, କ୍ରୀଡ଼ା, ଖେଳ, ଗଞ୍ଜାମ, ହୋମ୍ Related Content ଓଡ଼ିଶାର ସର୍ବୋଚ୍ଚତମ ଗଣେଶ ପ୍ରତିମୂର୍ତ୍ତି (୭୧) ଫୁଟ ଉଚ୍ଚତା... by Proprietor Abhimanyu Maharana September 7, 2026 ମୋ ମାଟି ଭାପୁର ଅନୁଷ୍ଠାନ ପକ୍ଷରୁ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana September 7, 2026 ଆଇଆଇଟି ଭୁବନେଶ୍ୱରର ଅଧ୍ୟାପକ ଡକ୍ଟର ଶ୍ରୀକାନ୍ତ ଗୋଲାପୁଡିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୬ by Proprietor Abhimanyu Maharana September 7, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତଦେହ ଠାବ by Proprietor Abhimanyu Maharana September 7, 2026 ଚିତ୍ରାଙ୍କନ, ଓଡ଼ିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରବନ୍ଧ ପ୍ରତିଯୋଗିତା by Proprietor Abhimanyu Maharana September 7, 2026 ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana September 7, 2026