ଢେଙ୍କାନାଳ ସିଭିଲ କୋର୍ଟ୍ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର ,ଶନିବାର ) ଢେଙ୍କାନାଳ :- ଆଜି ଜିଲ୍ଲାର ବିଭିନ୍ନ ଅଦାଲତରେ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦୌରାଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ସିଭିଲ କୋର୍ଟ୍ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି ।

ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୧୫୬ଟି ମାମଲା ଫଏସଲା କରାଯାଇଛି। ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୩୮ଟି, ବିବାହ ଏବଂ ପାରିବାରିକ ମାମଲା ୯ଟି,ଦେୱାନୀ ମାମଲା ୮୮ଟି, ବିଭିନ୍ନ ପ୍ରକାର ଫୌଜଦାରୀ ମାମଲା ୨୧ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି।ମୋଟର ଦୁର୍ଘଟଣା ଜନିତ ପ୍ରାପ୍ୟ ବାବଦକୁ ୧,୩୭,୨୪,୦୦୦/- ପ୍ରଦାନ କରାଯାଇଛି ଏବଂ ଅନ୍ୟାନ୍ୟ ମାମଲା ଗୁଡ଼ିକରେ ଜୋରିମାନା ଏବଂ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ ୫୭,୫୮,୫୧୨/- ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଛି। (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version