ଢେଙ୍କାନାଳ ଜିଲ୍ଲାରେ ଖରିଫ ଧାନ କ୍ରୟର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୧୯ ଡିସେମ୍ବର , ଶନିବାର )ଢେଙ୍କାନାଳ :- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ରାୟ ନରସିଂପୁର ସେବା ସମବାୟ ସମିତି ଠାରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଦ୍ଵାରା ଢେଙ୍କାନାଳ ଜିଲ୍ଲାର ଖରିଫ ଧାନ କ୍ରୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋଭିଡ୍-୧୯ ଅନୁପାଳନ ପୂର୍ବକ ଧାନ କ୍ରୟ ଶୁଭାରମ୍ଭ କରାଯାଇଥିଲା । ସରକାରଙ୍କ ନିୟମ ଅନୁଯାୟୀ ଟୋକନ୍ ଦ୍ଵାରା ୧୮ ଜଣ ଚାଷୀଙ୍କ ଠାରୁ ଧାନ କ୍ରୟ କାର୍ଯ୍ୟ ସମାପନ କରାଯାଇଥିଲା । ତାରେଣୀ ଆଗ୍ରୋ ଫୁଡସ୍ ଲିଃ,ସୋଗର ଧାନ କ୍ରୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଧାର ସଂଯୋଗ ବାଧ୍ୟତାମୂଳକ କରାଯାଇ ଆଇରିସ୍ ସ୍କାନର ମାଧ୍ୟମରେ ଚାଷୀଙ୍କୁ ଚିହ୍ନଟ କରାଯାଇ ଧାନ କ୍ରୟ କରାଯାଇଥିଲା ।

ଏଥିରେ କାମାକ୍ଷାନଗର ଉପ-ଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ,ଡି.ଆର୍.ସି.ଏସ୍ ସଂଗ୍ରାମ କେଶରୀ ରାଉତ, ଜିଲ୍ଲା ଯୋଗାଣ ଅଧିକାରୀ ନୀରଦ ରଞ୍ଜନ ଦାଶ,ଏ.ଆର୍.ସି.ଏସ୍ ବିଜେନ୍ଦ୍ର କୁମାର ମହାନ୍ତି,ଏୟୁସିସିବି ସେକ୍ରେଟାରୀ ଭକ୍ତେଶ୍ଵର ମଲ୍ଲିକ,ଆସିଏସ୍ ଶୁଭ୍ରାଂଶୁ ଶେଖର ପାତ୍ର, କାମାକ୍ଷାନଗର ନିୟନ୍ତ୍ରିତ ବଜାର କମିଟି ସଂପାଦକ ରବି ନାରାୟଣ ସାହୁ,ରାୟ ନରସିଂପୁର ଏସ଼୍ ସି.ଏସ୍ ମନୋଜ କୁମାର ମିଶ୍ର, ଜିଲ୍ଲା ପରିଷଦ ସଦସ୍ୟ ହୃଦାନନ୍ଦ ପରିଡ଼ା ଏବଂ କୋଟଗରା ଗ୍ରାମ ପଞ୍ଚାୟତ ସରପଞ୍ଚ ଲଳିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version