ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଆବାସିଂ ଆଦିବାସୀ ଯୁବତୀ ନିଖୋଜ ଥାନାରେ ଏତଲା

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର,ଗୁରୁବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ଅବାସିଂ ଗ୍ରାମର ଆଦିବାସୀ ଯୁବତୀ ଦୁଇଦିନ ହେବ ନିଖୋଜ ଥିବାନେଇ ତାଙ୍କ ବାପା ଶିବରାମ ନାୟକ ଗୁରୁବାର ରାୟଗଡ଼ ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଏନେଇ ରାୟଗଡ଼ ଥାନାରେ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ଶ୍ରବଣ କୁମାର ମହାରଣା ସୂଚନା ଦେଇଛନ୍ତି l ପ୍ରକାଶ ଯେ , ରାୟଗଡ଼ ବ୍ଲକ ଅଧିନସ୍ଥ ତାଳମୁଣ୍ଡା ପଞ୍ଚାୟତର ଅବାସିଂ ଗ୍ରାମର ଶିବରାମ ନାୟକଙ୍କ ସାନଝିଅ ଲଳିତା ନାୟକ (26) ସେ ଆଜକୁ ଦୁଇ ଦିନ ହେବ ଦିଶୁ ନଥିବାବେଳେ ତାଙ୍କ ପରିବାର ବହୁ ଖୋଜାଖୋଜି କରିବା ପରେ ମଧ୍ଯ ତାଙ୍କ ଦେଖାମିଳିନାହଁ l

ଏ ନେଇ ବାଧ୍ୟ ହୋଇ ତାଙ୍କ ବାପା ରାୟଗଡ଼ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l ଲଳିତା ଭୁବନେଶ୍ବର ସ୍ଥିତ ଉତ୍କଳ ଇଉନିଭର୍ସିଟି ରେ +3 ପାସ କରିଛନ୍ତି l ସେ ଗତ କିଛି ମାସ ହେବ ମାନସିକ ବିକୃତିରେ ଆକ୍ରାନ୍ତ ହୋଇଥିବା ବେଳେ ବୁଧୁବାର ସକାଳୁ ଗାଧେଇବା ପାଇଁ ଗାଁ ଠାରୁ କିଛି ଦୂରରେ ଥିବା କୂଅ କୁ ଯାଇଥିବା ପରଠାରୁ ହିଁ ଘର କୁ ନଫେରି ନିଖୋଜ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ କିନ୍ତୁ ତାଙ୍କୁ ପାଇପାରିଲେ ନାହିଁ ଯାହାଫଳରେ ତାଙ୍କ ବାପା ଆସି ରାୟଗଡ଼ ଥାନାରେ ନିଖୋଜ ଥିବା ନେଇ ଅଭିଯୋଗ କରିଛନ୍ତି l (ରିପୋର୍ଟ  – ଗରୁଡ଼ ଧ୍ଵଜ ଚୌଧୁରୀ )

Exit mobile version