ମଣିଷକୁ ଭଲପାଉଥିବା ମଣିଷ ଥିଲେ ସଂସ୍କାରକ ବୈରାଗୀ ମିଶ୍ର

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର,ଗୁରୁବାର ) କଟକ /ମାହାଙ୍ଗା :- ନିଜ ଜୀବନ କାଳ ମଧ୍ୟରେ ଅବକ୍ଷୟମୁଖୀ ସମାଜରେ ସୁଧାର ଆଣିବାପାଇଁ ଅହରହ ସମାଜ ସେବା କରି ଅସ୍ପୃଶ୍ୟତା ବିରୋଧରେ ସଂଗ୍ରାମ କରି ସମାଜରେ ସଂସ୍କାର ଆଣିଥିବା ସମାଜ ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି ମାହାଙ୍ଗା ବ୍ଲକ ମୂଳବସନ୍ତ ପଂଚାୟତ ଗୁଣୁପୁର ଗ୍ରାମ ବରୁଣାଇ ପୂଜାମଂଡପ ଠାରେ ମୁଳୁବସନ୍ତ ବିଜେଡି ପକ୍ଷରୁ ପାଳିତ ହୋଇଯାଇଛି, ଏଥିରେ ମୂଳବସନ୍ତ ସରପଞ୍ଚ ପ୍ରତିନିଧି ରାକେଶ ସାହୁ, ବ୍ଲକ ବିଜେଡି ଉପସଭାପତି ଭ୍ରମର ବର ମହାନ୍ତି,

ପଂଚାୟତ ବିଜେଡି ସଭାପତି ବଟକୃଷ୍ଣ ଦାଶ, ଦୀପକ ଦାଶ, ବିଜୟ ରାଉତରାୟ, ବ୍ରଜରାଜ କର, ରାମକୃଷ୍ଣ ସାହୁ, ଅଶୋକ ମିଶ୍ର, ଉମେଶ ସାହୁ ସୁମନ୍ତ ପଲେଇ, କ୍ଷମସାଗର ଦାଶ, ଦେବୀପ୍ରସାଦ ପଲେଇ , କୃପାସିନ୍ଧୁ ସାହୁ, ସମେତ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ରହି ଜୟନ୍ତୀ ପାଳନ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ,   (ରିପୋର୍ଟ /ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ )

Exit mobile version