ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମତୁଲୁବ ଅଲ୍ଲୀଙ୍କ ଅଣାଅଶି (୭୯) ତମ ଜୟନ୍ତୀ ପାଳନ

 ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର,ଗୁରୁବାର ) କଟକ /ମାହାଙ୍ଗା :- ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ମତୁଲୁବ ଅଲ୍ଲୀଙ୍କ ଅଣାଅଶି (୭୯) ତମ ଜୟନ୍ତୀ ପାଳନଅବସରରେ କୁଆଁପାଳ ପଶୁଲୁଣ୍ଡା ଠାରେ ପ୍ରତିଭା ଭବନ ନବୀକରଣ କାର୍ଯ୍ୟ ଉଦଘାଟନ ଓ ସ୍ମରଣିକା ଉନ୍ମୋଚନ ଉତ୍ସବ ବିଶିଷ୍ଟ ସାହିତ୍ୟିକ ଡ଼ଃ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ଆଇନମନ୍ତ୍ରୀ ପ୍ରତାପ ଜେନା ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଭା ଭବନ କୁ ଲୋକାର୍ପଣ କରିବାସହ ସ୍ବର୍ଗତ ଅଲ୍ଲୀଙ୍କ ଭଳି ବିକାଶ ପୁରୁଷଙ୍କ ପାଇଁ ମାହାଙ୍ଗା ବ୍ଲକର ପ୍ରଗତି ସମ୍ଭବ ହେବାସହ ସାରା ରାଜ୍ୟରେ ମାହାଙ୍ଗା ଆଜି ଗର୍ବିତ ବୋଲି ଶ୍ରୀ ଜେନା ମତ ପୋଷଣ କରିଥିଲେ ।

ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ତଥା ସାଂସଦ ଜଗନ୍ନାଥ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ୱରଂଜନ,ସମ୍ମାନିତ ବକ୍ତାଭାବେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ସମ୍ମାନିତ ବକ୍ତା ଭାବେ ପ୍ରଫେସର କାର୍ତ୍ତିକେଶ୍ୱର ସାହୁ, ଶିକ୍ଷାବିତ ରବୀନ୍ଦ୍ର ସାହୁ,ଆଗାମୀ ଶତାବ୍ଦୀ ର ପରିଚାଳନା ସମ୍ପାଦକ ମସୂଦ ଅଲି ପ୍ରମୁଖ ଯୋଗଦେଇଥିଲେ । ପଣ୍ଡିତ ପ୍ରଭାତ କର ସ୍ୱାଗତ ଭାଷଣ ଏବଂ ଆଇନୀଜୀବୀ ଦୀପକ ମହାନ୍ତି ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ମାନେ ସ୍ବର୍ଗତ ଅଲ୍ଲୀଙ୍କ ସ୍ମୁତିରେ “ଅଭିଳଷିତ” ସ୍ମରଣିକା ଉନ୍ମୋଚିତ କରିଥିଲେ (ରିପୋର୍ଟ /ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version