ପ୍ରଚଳିତ ସମାଜବାଦ ବିରୋଧରେ ସଂଗ୍ରାମକରି ସମାଜରେ ସଂସ୍କାର ଆଣିଥିଲେ ସଂସ୍କାରକ ବୈରାଗୀ ମିଶ୍ର

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର,ଗୁରୁବାର ) କଟକ /ମାହାଙ୍ଗା :- ସମାଜରେ ଅହରହ ଅସ୍ପୃସତା ଜାତି ବାଦ,ଠାରୁ ଆରମ୍ଭ କରି ସମାଜ ରେ ପ୍ରଚଳିତ ସମାଜବାଦ ବିରୋଧରେ ସଂଗ୍ରାମକରି ସଂସ୍କାର ଆଣିଥିଲେ ସଂସ୍କାରକ ବୈରାଗୀ ମିଶ୍ର, ସମାଜ ସଂସ୍କାରକ ବୈରାଗୀ ମିଶ୍ରଙ୍କ ଜୟନ୍ତୀ ଉତ୍ସବ ତାଙ୍କ ଜନ୍ମ ମାଟି ମାହାଙ୍ଗା ବ୍ଲକ ମୂଳବସନ୍ତ ପଂଚାୟତ ଗୁଣୁପୁର ଗ୍ରାମ ବରୁଣାଇ ପୂଜାମଂଡପ ଠାରେ ସଂସ୍କାରକ ବୈରାଗୀ ମିଶ୍ର ସ୍ମୃତି ସଂସଦ ପକ୍ଷରୁ ପାଳିତ ହୋଇଯାଇଛି, ସଂସଦର ସଭାପତି ଉପେନ୍ଦ୍ରନାଥ ରଣା ଙ୍କ ପୌରହିତ୍ୟରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଅଧ୍ୟାପକ ମନୋରଞ୍ଜନ ବେହେରା, ଅରୁଣ ମିଶ୍ର, କବି ପ୍ରଶାନ୍ତ କର, କବି ଉତ୍ତମ ଚରଣ ଜେନା, ବରିଷ୍ଟ ସାମ୍ବାଦିଜ ଜିତେନ୍ ରାଉତ ରାୟ,

ମାହାଙ୍ଗା ପ୍ରେସ କ୍ଲବ ସଭାପତି ଦୀପକ ସାହୁ, କାର୍ଯ୍ୟକାରୀ ସାମ୍ବାଦିକ ଲଷ୍ମୀଧର ଖୁଣ୍ଟିଆ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ରାଉତ, କୃଷକ ନେତା ଶୁଭେନ୍ଦୁ ସାମଲ, ସମାଜସେବୀ ରାମଚନ୍ଦ୍ର ମହାପାତ୍ର, ସାମ୍ବାଦିକ ରମେଶ ସାହୁ, ଅଖିଲେଶ ମହାନ୍ତି, ବିଜୟ ଜେନା, ସୌମ୍ୟରଂଜନ ଓଝା, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଲେଖ ଚନ୍ଦ୍ର ଦାଶ,ସନ୍ତୋଷ ରାଉତ ରାୟ, ବିଶ୍ୱରଂଜନ ସେଠି,ଅଜୟ ରାଉତ, ସଂଗ୍ରାମ ସାମଲ, ଜ୍ଞାନରଞ୍ଜନ ରାଉତ, ଶଶିଭୂଷଣ ମିଶ୍ର, ଶିକ୍ଷକ ଖ୍ୟଣପ୍ରଭା ସାମଲ ଅରୁଣ ନାୟକ, ଦେବପ୍ରସାଦ କର, ରାଧାକାନ୍ତ କର ଙ୍କ ସମେତ ସଂସଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଜୟନ୍ତୀ ପାଳନ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, (ରିପୋର୍ଟ /ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version