କୋଭିଡ୍ ଏବଂ ପୋଲିଓ ଟୀକାକରଣର ଦ୍ବିତୀୟ କାର୍ଯ୍ୟକାରିଣୀ ବୈଠକ, ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର ଗୁରୁବାର ) ଢେଙ୍କାନାଳ :- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ କୋଭିଡ୍ ଏବଂ ପୋଲିଓ ଟୀକାକରଣ ନିମନ୍ତେ ୨ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଟୀକାକରଣ ପରବର୍ତ୍ତୀ ସମୟରେ ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଆଲୋଚନା କରାଯାଇ ଅଭିଯୋଗ ଆସିବା ମାତ୍ରେ ସ୍ବାସ୍ଥ୍ୟକର୍ମୀ ତୁରନ୍ତ ଅନୁସନ୍ଧାନ କରି ଏହାର ପ୍ରତିକାର କରିବା ନିମନ୍ତେ ବୈଠକରେ ନିର୍ଦ୍ଦେଶ ଦିଆଯିବା ସହ ଏ ସମ୍ପର୍କରେ କୋୖଣସି ପ୍ରକାରର ଗୁଜବକୁ ଗୁରୁତ୍ଵ ନଦେବାକୁ ପରାମର୍ଶ ଦେଇଥିଲେ । ସେହିପରି ଚଳିତ ବର୍ଷ ଗୋଟିଏ ପର୍ଯ୍ୟାୟରେ ଆସନ୍ତା ତା୧୭/୦୧/୨୦୨୧ରିଖରୁ ତା୧୯/୦୧/୨୦୨୧ରିଖ ମଧ୍ୟରେ ଜିଲ୍ଲାରେ ମୋଟ୍ ୫୪୯ଟି ବୁଥରେ ୧,୧୬,୪୯୬ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦୯୮ ଟି ଦଳ ଗଠନ କରାଯାଇ ୨୧୯୬ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଏଥି ସହିତ ୨୪ ଗୋଟି ଟ୍ରାଜିଂଟ୍ ପଏଣ୍ଟ୍ ମାଧ୍ୟମରେ ରେଳଷ୍ଟେସନ , ବସଷ୍ଟାଣ୍ଡ ଇତ୍ୟାଦି ମାନଙ୍କରେ ଏ ସୁବିଧା ମଧ୍ୟ ଉପଲବ୍ଧ ହେବ । ଚଳିତ ଆର୍ଥିକ ବର୍ଷରେ ଜିଲ୍ଲାରେ ମୋଟ୍ ୫୩ ଟି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ମାତ୍ର ୧୩ ଗୋଟି ସ୍ୱାସ୍ଥ୍ୟକେନ୍ଦ୍ର ସ୍ଵଚ୍ଛତା ମାନଦଣ୍ଡରେ ଯୋଗ୍ୟତା ହାସଲ କରିଥିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରି ଅଧିକାରୀ ମାନଙ୍କୁ ଏ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ତାଗିଦ୍ କରିବା ସହ ନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ଚିଠି ଲେଖିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ସୁଜାତାରାଣୀ ମିଶ୍ର ଉଦବୋଧନ ଦେଇ ଜିଲ୍ଲାରେ କୋଭିଡ୍ ଏବଂ ପୋଲିଓ ଟୀକାକରଣର ଲକ୍ଷ ଓ ପ୍ରସ୍ତୁତି ଉପରେ ଆଲୋଚନା କରି ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ହୋଇସାରିଛି ଏବଂ କୋଭିଡ୍ ଟୀକା ଉପଲବ୍ଧ ହେବା ମାତ୍ରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ପରିବାର

କଲ୍ୟାଣ ବିଭାଗ ଏବଂ ମହିଳା ଓ ଶିଶୁ ବିଭାଗର ମୋଟ ୭୭୨୯ କର୍ମଚାରୀଙ୍କୁ ଏହି ଟୀକା ଦିଆଯିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ଏଥି ସହିତ ଜିଲ୍ଲାରେ ମୋଟ ୩୭ ଗୋଟି ଆଇଏଲ୍ ଆର୍ ପଏଣ୍ଟ୍ ପ୍ରସ୍ତୁତ ରହିଛି ଏବଂ କର୍ମଚାରୀ ମାନଙ୍କୁ ତାଲିମ୍ ମଧ୍ୟ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି । ଏହି ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନରୋତ୍ତମ ବେହେରା, ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା ଜ୍ୟୋତିଷ ଚନ୍ଦ୍ର ମହାପାତ୍ର, ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କଟକ ପ୍ରତିନିଧି ଡା ଦୀପକ କୁମାର କର, ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋପାଳ ଲକ୍ଷ୍ମୀ ହୋତା,ମଙ୍ଗଳ ଅଧିକାରୀ ପଞ୍ଚାନନ ବେହେରା, ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ୱାମୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ, ପ୍ରସୂତି ଓ ଶିଶୁରୋଗ ଡାକ୍ତର ତଥା ସ୍ବାସ୍ଥ୍ୟକର୍ମୀ ମାନେ ଉପସ୍ଥିତ ଥିଲେ । (ରିପୋର୍ଟ – ଅମର ରଞ୍ଜନ ଦାସ )

Exit mobile version