ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର,ଗୁରୁବାର )ଭୁବନେଶ୍ୱର :- ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଗାମୀ ୨୩ ତାରିଖରେ ହେବାକୁ ଥିବା ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ନିମନ୍ତେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ବୈଠକ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିଫାଠୀ ଙ୍କ ଅଧ୍ୟକ୍ଷତା ରେ ହୋଇଥିଲା ଏବଂ ଏହି ବୈଠକକୁ ରାଜ୍ୟ ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ରାଜେଶ ରାଜ ସ୍ୱାଇଁ, ପ୍ରଶାନ୍ତ ପଣ୍ଡା, ଅବିନାଶ ଠାକୁର ଙ୍କ ସମେତ ରାଜ୍ୟ ମହାସଚିବ ଇପ୍ସିତା ସାହୁ ପରିଚାଳନା କରିଥିଲେ । ଏହି ବୈଠକରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ ଉପସ୍ଥିତ ଥିଲେ । ଏହା ସହ ବିଜୁ ଛାତ୍ର ଜନତା ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା ସହ ଜିଲ୍ଲା ସଭାପତି ଏବଂ ଜୋନ ସଭାପତି ମାନେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ନିମନ୍ତେ ଆଲୋଚନା ହେବାକୁ ଥିବା ପ୍ରସ୍ତାବଗୁଡ଼ିକ ତଥା ରାଜନୈତକ ପ୍ରସ୍ତାବ, ସାଙ୍ଗଠନିକ ପ୍ରସ୍ତାବ, ସଂକଳ୍ପ ପ୍ରସ୍ତାବ ଏବଂ ଧନ୍ୟବାଦ୍ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଏହା ସହ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏହି ଉପରୋକ୍ତ ପ୍ରସ୍ତାବଗୁଡିକୁ ଆଗତ କରାଯାଇ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପରବର୍ତ୍ତୀ ରାଜନୈତକ ରଣନୀତି ସ୍ଥିର କରିବା ସହ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କ୍ୟାମ୍ପସ କମିଟି ଗଠନ ଏବଂ ବ୍ଲକ ସ୍ତରରୁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ କମିଟି ଗଠନ କରାଯାଇ ବିଜୁ ଛାତ୍ର ଜନତା ଦଳର ସଂଗଠନ କୁ କିପରି ବ୍ୟାପକ ଭାବରେ ତ୍ଵରାନିତ କରିହେବ ସେଥିପାଇଁ ମଧ୍ୟ ଆଲୋଚନା କରାଯିବ ବୋଲି ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତି ଶ୍ରୀ ତ୍ରିପାଠୀ କହିଛନ୍ତି ।

Exit mobile version