ଗୁଣୁପୁର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତର ତୁମକିମାନ ଗୁଡା ଗ୍ରମରେ ଅଗ୍ନି କାଣ୍ଡ ଘଟି ତିନିଟି ପାରିବାର ସର୍ବସାନ୍ତ ଲକ୍ଷାଧିକ ସମ୍ପତ୍ତି ନଷ୍ଟ

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର ,ଗୁରୁବାର )ଗଜପତି :ଗଜପତି ଜିଲ୍ଲାର ସୀମାନ୍ତରେ ଥିବା ରାୟଗଡା ଜିଲ୍ଲାର ଗୁଣୁପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ଅଧୀନରେ ଥିବା ତୁମକିମାନ ଗୁଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ ଟି ଘର ସମ୍ପୂର୍ଣ୍ଣ ଜଳିଯିବା ସହ ଧନ ସମ୍ପତ୍ତି ନଷ୍ଟ ହୋଇଥୁବା ଜଣାପଡିଛି । ଏହି ଘଟଣା ସକାଳ ୯ ଘଣ୍ଟା ସମୟରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ସେହି ଗ୍ରାମର ପାତିକା ଲକ୍ଷ୍ମୀ, ନିମଲା ସମ୍ପାନୀ ଏବଂ ନିମାଲ


ଲାକିଆ ଙ୍କ ଘର ପୋଡ଼ି ସମ୍ପୂର୍ଣ୍ଣ ଧସ୍ତ ହୋଇ ଯାଇଥିବା ଜଣା ପଡ଼ିଛି। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ କୁ ଫୋନ କରି ଜଣାଇଥିଲେ ଅଗ୍ନିଶମ ବିଭାଗ ଏକ ଟିମ ବାହାରି,ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଜଳି ଯାଉଥୁବା ଘର ଗୁଡିକର ନିଆଁକୁ ଆୟତ୍ତ କରିଥିଲେ ।

କିନ୍ତୁ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୩ଟି ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଥିଲା । ସ୍ଥାନୀୟ ମାଛଖୁଣ୍ଡି ଦାୟିତ୍ୱରେ ରାଜସ୍ୱ ନିରୀକ୍ଷକ ସୁଶ୍ରୀ ସସ୍ମିତା ସେଠୀ ତୁମକମାନଗୁଡ଼ା ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ତହସିଲ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଥିଲେ। ସଂଧ୍ୟାରେ ଗୁଣପୁର ଭାରପ୍ରାପ୍ତ ତହସିଲଦାର ଫର୍ଣ୍ଣାଣ୍ଡିଜ୍ ଏକ୍କା ଗ୍ରାମରେ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ ପଲିଥିନ୍, କମ୍ବଳ,ଶାଢ଼ୀ| ଆଦି ପ୍ରଦାନ କରିଥିବା ଜଣାପଡ଼ିଛି । ଅଗ୍ନି ବିପନ୍ନ ପରିବାର କୁ ଶୀଘ୍ର ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଗୁଣପୁର ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଦାବି ଉପସ୍ଥାପନ କରିଥିଲେ l

Exit mobile version