Home ଓଡ଼ିଶା ଗ୍ରାମ୍ୟ କୃଷିକର୍ମୀ ମାନଙ୍କ ଦକ୍ଷତା ବିକାଶ ବୈଠକ ଯୋଜନାର ସୁଫଳ ଚାଷୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗ୍ରାମ୍ୟ କୃଷିକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି : ମନ୍ତ୍ରୀ ଡ. ସାହୁ by Proprietor Abhimanyu Maharana 6 years ago Share on FacebookShare on TwitterWhatsapp କୃଷିଜାତ ଦ୍ରବ୍ୟରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରିବା ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ ପଞ୍ଚାୟତ ସ୍ତରରେ ଚାଷୀମାନଙ୍କ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରାଯାଇ ପ୍ରତ୍ୟହ ଚାଷୀ ଜମି ମାନଙ୍କ ନିମନ୍ତେ କୃଷି ସମ୍ଵନ୍ଧିତ ଭିଡ଼ିଓ ପ୍ରସାରଣ ସହ କୃଷି ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଗ୍ରାମ୍ୟ କୃଷି କର୍ମୀ ମାନେ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ‘୫ଟି’ ଓ ‘ମୋ ସରକାର’ କୁ କଡାକଡି ଭାବେ ଅନୁ ପାଳନ କରିବା ପାଇଁ ମନ୍ତ୍ରୀ ଡ଼ଃ .ସାହୁ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର , ଗୁରୁବାର )ଭୁବନେଶ୍ୱର :- ଚାଷୀଙ୍କ ନିକଟକୁ ଯାଇ ସେମାନଙ୍କ ସହିତ ସିଧାସଳଖ ସ ̧ର୍କ ରକ୍ଷା କରି କୃଷି କାର୍ଯ୍ୟକୁ ଆଗେଇ ନେବାକୁ ପଡିବ । ଉନ୍ନତମାନର ବିହନ, କୃଷି ଉପକରଣ, ଚାଷର ବିବିଧକରଣ ଓ ଜ୍ଞାନ କୌଶଳର ବ୍ୟବହାର ସ ̧ର୍କରେ ଚାଷୀ ମାନଙ୍କୁ ସଚେତନ କରିବାକୁ ପଡିବ । ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ଓ କୃଷକର ଆୟ ଦ୍ୱିଗୁଣିତ ଓ ବହୁଗୁଣିତ କରିବା ନିମନ୍ତେ ଅନେକ ଗୁଡିଏ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିବା ସହିତ ଯୋଜନା ପ୍ରସ୍ତୁତ କରିଥିବା ପରିପ୍ରେକ୍ଷୀରେ ଏହାର ଲାଭ ଯେପରି ଚାଷୀମାନେ ସିଧାସଳଖ ପାଇବେ ସେଥନିମନ୍ତେ ତୃଣମୂଳ ସ୍ତରରେ କାମ କରୁଥିବା ଗ୍ରାମ୍ୟ କୃଷି କର୍ମୀ ମାନେ ଅଧିକ ତତ୍ପରତା ପ୍ରକାଶ କରନ୍ତୁ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ. ଅରୁଣ କୁମାର ସାହୁ କହିଛନ୍ତି । କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧିନରେ ଥିବା ଜିଲ୍ଲାଗୁଡ଼ିକରେ କାର୍ଯ୍ୟରତ ଗ୍ରାମ୍ୟ କୃଷି କର୍ମୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ ଏକ ଭର୍ଚୁଆଲ ବୈଠକରେ ମନ୍ତ୍ରୀ ଡ଼ଃ ସାହୁ କହିଛନ୍ତି ଯେ ବିଭିନ୍ନ କୃଷି ଯୋଜନାରେ ସଫଳ ରୂ ପାୟନର ଗୁରୁଦାୟିତ୍ୱ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କର ରହିଛି । ବିଗତ ୨୦ ବର୍ଷରେ ରାଜ୍ୟ ଖାଦ୍ୟଶସ୍ୟ, ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଆଦି ଉତ୍ପାଦନରେ ଯଥେଷ୍ଟ ବୃଦ୍ଧି ହାସଲ କରିଥିବା ବେଳେ ରାଜ୍ୟକୁ ଖାଦ୍ୟଶସ୍ୟ ଉତ୍ପାଦନରେ ଏକ ବଳକା ରାଜ୍ୟରେ ପରିଣତ କରି କୃଷିଜାତ ଦ୍ରବ୍ୟର ରପ୍ତାନୀ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଗ୍ରାମ୍ୟ କୃଷି କର୍ମୀମାନଙ୍କ ନିମନ୍ତେ ବିଭିନ୍ନ କୃଷି ଯୋଜନା ଓ ମାଗଦର୍ଶିକା ସମେତ ରୋଗେ ପାକ ଚିହ୍ନଟ ଓ ନିୟନ୍ତ୍ରଣ ଏବଂ ପରିଚାଳନା ସମ୍ପର୍କିତ ଏକ ପୁସ୍ତିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ କହିଥିଲେ । କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ଦେଇ ଆସୁଥିବା ବେଳେ ସାମ୍ପର୍ତିକ ସ୍ଥିତି, ଜଳବାୟୁର ପରିବର୍ତ୍ତନ ଓ ପୋଷଣୀୟ କୃଷି କାର୍ଯ୍ୟ ଆଦିକୁ ଦୃଷ୍ଟିରେ ରଖି କୃଷି ନୀତି-୨୦୨୦ ‘ସମୃଦ୍ଧି’ ପ୍ରଣୟନ କରିଛନ୍ତି । ଗ୍ରାମ୍ୟ କୃଷି କର୍ମୀମାନେ କୃଷି ନୀତି-୨୦୨୦ ‘ସମୃଦ୍ଧି’ ସ ̧ର୍କରେ ଚାଷୀ ମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ଯୋଜନା ଓ ମାର୍ଗଦର୍ଶିକା ସମ୍ପର୍କିତ ରେ ଚାଷୀ ମାନଙ୍କୁ ସଚେତନ କରାଇବା ଉପରେ ମନ୍ତ୍ରୀ ଡ଼ଃ ସାହୁ ଗୁରୁତ୍ୱ ଦେଇଥିଲେ । ପଞ୍ଚାୟତ ସ୍ତରରେ ଚାଷୀମାନଙ୍କ ହ୍ୱାଟସ୍ଆପ୍ ଗ୍ରୁପ୍ ଗଠନ କରାଯାଇ ପ୍ରତ୍ୟହ ଚାଷୀ ଜମି ମାନଙ୍କ ନିମନ୍ତେ କୃଷି ସମ୍ଵନ୍ଧିତ ଭିଡ଼ିଓ ପ୍ରସାରଣ ସହ କୃଷି ସୂଚନା ପ୍ରଦାନ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଗ୍ରାମ୍ୟ କୃଷି କର୍ମୀ ମାନେ ସେମାନଙ୍କର କାର୍ଯ୍ୟକ୍ଷେତ୍ରରେ ‘୫ଟି’ ଓ ‘ମୋ ସରକାର’ କୁ କଡାକଡି ଭାବେ ଅନୁ ପାଳନ କରିବା ପାଇଁ ମନ୍ତ୍ରୀ ଡ଼ଃ .ସାହୁ ନିର୍ଦ୍ଦେଶ ଦେଇଥିଲେ । ସଂପ୍ରତି ଯୁବକ ଯୁବତୀ ମାନେ କୃଷି କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ପରିପ୍ରେକ୍ଷୀରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୃଷି କ୍ଷେତ୍ରରେ ମନୋନିବେଶ ଓ ପୁଞ୍ଜି ନିବେଶ ଦିଗରେ ଗ୍ରାମ୍ୟ କୃଷି କର୍ମୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ କହିଥିଲେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ଼ଃ ସୌରଭ ଗର୍ଗ ବୈଠକରେ ଯୋଗଦେଇ କହିଲେ ତୃଣମୂଳ ସ୍ତରରେ ଚାଷୀ ମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ପ୍ରତି ପଞ୍ଚାୟତ ସ୍ତରରେ ଓ ବ୍ଲକ୍ ସ୍ତରରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଓ ଅନ୍ୟ ସଂପୃକ୍ତ କ୍ଷେତ୍ର ଅଧିକାରୀ ମାନଙ୍କର ନିୟମିତ ବୈଠକ ଅନୁଷ୍ଠିତ ହେଉଛି । ଟ୍ରୋଲ ଫି୍ର ମୋବାଇଲ ସେବା ‘ଆମ କୃଷି’ ମାଧ୍ୟମରେ ଚାଷୀ ମାନଙ୍କୁ ଚାଷ କାର୍ଯ୍ୟ ସମନ୍ଧୀୟ ପରାମର୍ଶ ଦିଆଯାଉଛି ଏବଂ ଏଥିରେ ପ୍ରାୟ ୧୦ ଲକ୍ଷ ଚାଷୀ ସାମିଲ ହେଲେଣି । ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ଼ଃ ମୁଥୁକୁମାର ଗ୍ରାମ୍ୟ କୃଷି କର୍ମୀ ମାନଙ୍କର ଦକ୍ଷତା ବିକାଶ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ ̧ର୍କରେ ଆଲୋଚନା କରିବା ସହିତ ସେମାନେ ଅଧିକ କ୍ରିୟାଶୀଳ ହୋଇ କୃଷି ଉତ୍ପାଦନ ବୃଦ୍ଧି ଦିଗରେ ସହାୟକ ହେବା ପାଇଁ କହିଥିଲେ । ଏହି ଅବସରରେ ଭର୍ଚୁଆଲ୍ ବୈଠକରେ ଯୋଗ ଦେଇଥିବା ଗ୍ରାମ କୃଷିକର୍ମୀ ମାନଙ୍କ ସହିତ ମତବିନିମୟ ହୋଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026 ଆଇନ ମନ୍ତ୍ରି, ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ by Proprietor Abhimanyu Maharana September 14, 2026 ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର by Proprietor Abhimanyu Maharana September 13, 2026