।। ନାବାଳକଙ୍କ ଟ୍ରେନ ବଗି ଉପରେ ଠିଆ ହୋଇ ସେଲ୍ଫି ନେବା ହେଲା କାଳ – ପାରଳାଖେମୁଣ୍ଡି ।।

ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର , ଗୁରୁବାର ) ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ରେଲୱେ ଷ୍ଟେସନ ରେ ଦୀର୍ଘ ଦିନ ହେଲା ଠିଆ ହୋଇ ରହି ଥିବା ଏକ ଟ୍ରେନର ବଗି ଉପରେ ସନ୍ଧ୍ୟା ସମୟ ରେ ଚଢ଼ି ସେଲ୍ଫୀ ନେଲା ବେଳେ ବଗି ଉପର ଦେଇ ଯାଇଥିବା ଏକ ଉଚ୍ଚ ଶକ୍ତି ସମ୍ପନ୍ନ ତାରର ସଂସ୍ପର୍ଶରେ ଆସି ନିଆଁ ଲାଗି ପୋଡ଼ି ହୋଇ ନାବାଳକର ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଯାଇ ଥିଲା l ମୃତ ବାଳକର ନାଁ ହେଲା ସୁରିୟା କୁମାର,(୧୭) ବର୍ଷ ଘର ଗୌରଚନ୍ଦ୍ର ସାହି ବୋଲି ଜଣା ପଡିଛି l ଟ୍ରେନ ର ଏକ ବଗିରେ ମଧ୍ଯ ନିଆଁ ଲାଗି ଯାଇଥିଲା l ଟ୍ରେନର ବଗି ଗୁଡ଼ିକ ପାରଳାଖେମୁଣ୍ଡି ରେଲୱେ ଷ୍ଟେସନ ଠାରୁ ପ୍ରାୟ ୧୦୦ ମିଟର ଦୂରରେ ରହିଥିବା ଜଗୁ ରେଲୱେ ପୋଲିସ ବିଳମ୍ବରେ ଜାଣି ଫାୟାର ଷ୍ଟେସନ କୁ ଖବର ଦେଇଥିଲେ ଫାଇର ଷ୍ଟେସନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l

 

ପରେ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ଵିବେକା ନନ୍ଦ ସ୍ୱାଇଁ ପହଞ୍ଚି ଥିଲେ l କିନ୍ତୁ ମୃତ ବଳକର ଶବ ରାତ୍ର ୯ ଟା ପର୍ଯ୍ୟନ୍ତ ବଗି ଉପରେ ହିଁ ପଡ଼ିରହିଥିଲା l ବଗି ଉପରେ ଯାଇଥବା ବିଦ୍ୟୁତ ତାରରେ ବିଦ୍ୟୁତ୍ ଥିବା ଜଗୁ ଶବ କୁ ବଗି ଉପରୁ ତଳକୁ ଅଣା ଯାଇ ପାରି ନଥିଲା l ରେଲୱେ ବିଦ୍ୟୁତ କର୍ମଚାରୀ ପହଞ୍ଚି ବିଦ୍ୟୁତ ଲାଇନ କାଟିଲା ପରେ ହିଁ ଶବକୁ ଉପରୁ ତଳକୁ ଅଣା ଯିବ ବୋଲି ପାରଳାଖେମୁଣ୍ଡି ଥାନା ଅଧିକାରୀ ବିଵେକା ନନ୍ଦ ସ୍ୱାଇଁ ସାମ୍ବାିକମାନଙ୍କୁ ସୁଚନା ଦେଇଛନ୍ତି l (ପାରଳାଖେମୁଣ୍ଡି/ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version