ନୃସିଂହନାଥରେ ଓଟିଡିସି ର କଟେଜ ଉଦଘାଟିତ – ପଦ୍ମପୁର

 ଓଡ଼ିଶା ତାଜା ନ୍ୟୁଜ (୧୭ ଡିସେମ୍ବର , ଗୁରୁବାର ) ପଦ୍ମପୁର :- ବରଗଡ଼ ଜିଲ୍ଲା ପାଇକମାଲ ସ୍ଥିତ ନୃସିଂହନାଥ ତୀର୍ଥ କ୍ଷେତ୍ରରେ ନିର୍ମିତ ହୋଇଥିବା ଓଟିଡିସି ର ୪ ଗୋଟି କଟେଜ କୁ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଶୁଭ ଉଦଘାଟନ କରିଛନ୍ତି । ଗୁରୁବାର ପ୍ରାୟ ୧୨ଟାରେ ଉଦଘାଟନୀ ଉତ୍ସବରେ ଓଡିଶାର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସବିନ ଆର ଯାଦବ,ବିଭାଗୟ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ବିଡିଓ ତଥା ମନ୍ଦିର ଟ୍ରଷ୍ଟ ସୁରେନ୍ଦ୍ର ମେହେର,ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ,ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ନିର୍ଦ୍ଦେଶ ଶ୍ରୀ ଯାଦବ ନୃସିଂହନାଥ ର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଏହା ଦାରିଂବାଡି ପରି ହୋଇଥିବା କହିବା ସହ ଏଠାରେ ସମସ୍ତ ପ୍ରକାରର ଉନ୍ନତି କରାଯିବ ବୋଲି କହିଥିଲେ । ଏଠାକାର ଗୋଟିଏ ବ୍ଲୁ ପ୍ରିଣ୍ଟ କରାଯାଇ ଶିଘ୍ର ପଠାଯାଉ ବୋଲି ପ୍ରକାଶ କରିଥିବା ବେଳେ ଶ୍ରୀ ମତୀ ମିଶ୍ର ଅତିଶୀଘ୍ର ପୁରୁଣା ଓଟିଡିସି ର ମରାମତି କରାଯିବ ବୋଲି ଅବଗତ କରିଥିଲେ । ପୁରୁଣା ଓଟିଡିସି କୁ ଦୀର୍ଘ ୫ବର୍ଷ ହେବ କୌଣସି ଷ୍ଟାପ ଏଠାରେ ନ ଥିବା ଏବଂ ଅସ୍ଥାୟୀ ଭାବରେ ୫ବର୍ଷ ଧରି କାମ କରିଥିବା ଜଣେ ଲୋକାଲ ଲୋକକୁ ଏ ଯାଏଁ ପାଉଣା ପାଇ ନ ଥିବା କଥା ପଦ୍ମପୁର ଉପ ଜିଲ୍ଲାପାଳ ନିର୍ଦ୍ଦେଶକ ଶ୍ରୀ ଯାଦବଙ୍କୁ ଜଣାଇଥିଲେ ।

ଶ୍ରୀ ଯାଦବ ବରଗଡ଼ରେ ରହୁଥିବା ଟୁରିଷ୍ଟ ଅଫିସର ପ୍ରମୋଦ କୁମାର ସିଂଙ୍କୁ ଏହାର ଶୀଘ୍ର ବ୍ଯବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ନୁତନ କଟେଜ କୁ ନୃସିଂହନାଥ ମନ୍ଦିର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବାକୁ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯିବ ବୋଲି ଶ୍ରୀ ଯାଦବ କହିଥିଲେ । ନୃସିଂହନାଥ ବିଷୟରେ ବିଷଦ ଭାବରେ ବିଧାୟକ ଶ୍ରୀ ବରିହା ସୂଚନା ଦେଇଥିବା ବେଳେ ଓଡିଶା ସରକାରଙ୍କ ର ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶ ସମସ୍ତ ପ୍ରକାରର ଉନ୍ନତି କରାଯିବ ବୋଲି ମତ ପ୍ରକାଶ କରିଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)

Exit mobile version