ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ ଏକଶତ ଦୀପଦାନ ଉତ୍ସବ – ଢେଙ୍କାନାଳ

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )ଢେଙ୍କାନାଳ :- ବିଶିଷ୍ଟ ଧ୍ୱନିତତ୍ତ୍ୱବିତ୍‌, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଭାଷାବିଜ୍ଞାନୀ, ସୁସାହିତ୍ୟିକ, ସୁଦକ୍ଷ ଶିକ୍ଷାବିତ୍ ଅଧ୍ୟାପକ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ ଉଦ୍‌ଘାଟନ ଅବସରରେ ଛଦେଶ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିସରରେ ଏକଶତ ଦୀପଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ନୀଳମଣି ମହାରଣାଙ୍କ ନେତୃତ୍ୱରେ କୋଭିଡ ସତର୍କତା ପାଳନ ପୂର୍ବକ ଏହି ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଉପସ୍ଥିତ ସଭ୍ୟମାନେ ସ୍ୱର୍ଗତ ଧଳଙ୍କ ଏକଶହ ତମ ଜନ୍ମଦିବସ ଅବସରରେ ତାଙ୍କର ସ୍ମୃତିଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଗତିକୃଷ୍ଣ ବିଶ୍ୱାଳ, ଉପସଭାପତି ପ୍ରଫୁଲ୍ଲ ପଣ୍ଡା, ସଙ୍ଗଠନ ସମ୍ପାଦକ ଇଂ. ଫକୀର ମୋହନ ସାହୁ, ପତ୍ରିକା ସମ୍ପାଦକ କାଳୀଚରଣ ତ୍ରିପାଠୀ, ସଦସ୍ୟ ଭୂପତି ଭୂଷଣ ନନ୍ଦ, ମାଧବାନନ୍ଦ ଶତପଥୀ, ସୁଦର୍ଶନ ସେଠୀ, ଦୁର୍ଯ୍ୟୋଧନ ନାୟକ, ଲକ୍ଷ୍ମୀଧର ସେନାପତି,

ପ୍ରକାଶ ଜଗଦେବ, ଜାପାନୀ ଜଗଦେବ, ଗୁଣ୍ଡିଚା ବେହେରା, ଧ୍ରୁବଚରଣ ରାଉତ, ଗୋଲେଖ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପ୍ରକାଶଥାଉକି, ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀକୁ ଆଜି ଓଡି଼ଶା ବିଧାନସଭା ପରିସରରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଛନ୍ତି । ଶତବାର୍ଷିକୀ ପରିଷଦର ଅଧ୍ୟକ୍ଷ ବିଧାୟକ ସୁଧୀର କୁମାର ସାମଲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ, ଓଡି଼ଶା ସାହିତ୍ୟ ଏକାଡେମୀ ସଦସ୍ୟ ବାହାଦୂର ପାଟସାହାଣୀ, ଆବାହକ ରଙ୍ଗାଧର ଧଳ, କାର୍ଯ୍ୟକାରୀ ସଭାପତି ଅପର୍ତ୍ତି ନାୟକ, ଉପସଭାପତି ମୁକୁନ୍ଦ ପ୍ରସାଦ ଧଳ, ବୈକୁଣ୍ଠନାଥ ବାରିକି, ସଦସ୍ୟ ପ୍ରଭାତ ନନ୍ଦ, ପ୍ରଭାତୀ ମହାପାତ୍ର, ରୁଦ୍ରମାଧବ ମହାପାତ୍ର ପ୍ରମୁଖ ଯୋଗଦେଇ ଥିଲେ । ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ । (ରିପୋର୍ଟ୍, ଅମର ରଞ୍ଜନ ଦାସ)

Exit mobile version