ଗଜପତି : ଆର. ଉଦୟଗିରି ପଂଚାୟତର ରୁମୁଣ୍ଡା କଲୋନୀ ଠାରେ ନାବାର୍ଡ ଓ ଆର କେ ଏସ ଏସ ମିଳିତ ଆନୁକୁଲ୍ୟରେ ୫ ଦିନିଆ ଖଜୁରୀ ଗୁଡ଼ ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର ଉଦୟଗିରି ପଞ୍ଚାୟତର ରୁମୁଣ୍ଡା କଲୋନୀ ଠାରେ ନାବାର୍ଡ ଓ ଆର କେ ଏସ ଏସ(ରବି କିରଣ ସର୍ଭିସ ସୋସାଇଟି)ର ମିଳିତ ଆନୁକୂଲ୍ୟରେ ମହିଳା ସ୍ବୟଂସହାୟକ ଗୋଷ୍ଠୀ ନିମନ୍ତେ ୫ ଦିନିଆ ଖଜୁରୀଗୁଡ ପ୍ରସ୍ତୁତି ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଗଜପତି ଜିଲ୍ଲା ନାବାର୍ଡ ଡିପିଏମ୍ ସୁମନ ସାହୂ ମୁଖ୍ଯଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ତାଲିମ ଶିବିରକୁ ଉଦଘାଟନ କରିଥିବା ବେଳେ ଆର ଉଦୟଗିରି ପଞ୍ଚାୟତର ସରପଞ୍ଚ ଶ୍ରୀମତି ସଂଯୁକ୍ତା ପୂଜାରୀ, ବ୍ଲକର ପ୍ରଗତି ସହାୟକ କାର୍ତ୍ତିକ ରାଇକା ଓ ଜୀବିକା ମିଶନର ଭାରପ୍ରାପ୍ତ ବିପିଏମ୍ ରଜନୀକାନ୍ତ ପଣ୍ଡା ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ ।

ଏହି ତାଲିମ ଶିବିର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ଯେଉଁ ଆଦିବାସୀ ପରିବାର ମାନଙ୍କର ଖଜୁରୀ ଗଛ ରହିଛି, ତାକୁ ବ୍ୟବହାର କରି ଗୁଡ ପ୍ରସ୍ତୁତ କରାଯିବ। ଗୁଡ ପ୍ରସ୍ତୁତ ହେବାପରେ ତାଳଗୁଡ ସୋସାଇଟି ମାଧ୍ୟମରେ ବିକ୍ରୀ କରି ସେମାନଙ୍କ ଜୀବନଜୀବିକାର ମାନଙ୍କର ବୃଦ୍ଧି କରିବା ଅଟେ ।ଏହି ତାଲିମ ଶିବିରରେ ଆର ଉଦୟଗିରି ପଞ୍ଚାୟତର ୯ଟି ସ୍ବୟଂସହାୟକ ଗୋଷ୍ଠୀର ୬୫ଜଣ ମହିଳା ଯୋଗଦେଇଛନ୍ତି । ସେମାନଙ୍କୁ ରାଜ୍ଯ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ(ଏସ ଆଇ ଆର ଡି)ର ସମ୍ବଳ ବ୍ୟକ୍ତି ମନୋଜ କୁମାର ସାବତଙ୍କ,ଜିଲ୍ଲାସ୍ତରୀୟ ତାଲିମଦାତା ଲିଙ୍ଗରାଜ ପାଣିଗ୍ରାହୀ ଓ ଲିଭିଙ୍ଗ ଫାର୍ମର ସମର ପ୍ରକାଶ ଖୁଣ୍ଟିଆ ପ୍ରମୁଖ ତାଲିମ ଦେଉଛନ୍ତି । ଆର କେ ଏସ ଏସ (ରବି କିରଣ ସର୍ଭିସ ସୋସାଇଟି)ର ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ଓ କର୍ମଚାରୀମାନେ ତାଲିମ ଶିବିରକୁ ପରିଚାଳନା କରି ଥିଲେ  (ପାରଳାଖେମୁଣ୍ଡି/ଗରୁଡ ଧ୍ଵଜ ଚୌଧୁରୀ)

Exit mobile version