ଭାଷାବିଜ୍ଞାନୀ ଗୋଲୋକ ବିହାରୀ ଧଳ ଜନ୍ମ ଶତବାର୍ଷିକୀ ବାଚସ୍ପତିଙ୍କ ଦ୍ୱାରା ଉଦ୍‌ଘାଟିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )ଭୁବନେଶ୍ୱର :- ବିଶିଷ୍ଟ ଭାଷାବିଜ୍ଞାନୀ, ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଧ୍ୱନିତତ୍ତ୍ୱବିତ୍‌, ପ୍ରଥିତନାମା ସାହିତ୍ୟିକ, ପ୍ରତିଭାବାନ୍ ପ୍ରାବନ୍ଧିକ, ସୁଦକ୍ଷ ଶିକ୍ଷାବିତ୍ ଅଧ୍ୟାପକ ଗୋଲୋକ ବିହାରୀ ଧଳଙ୍କ ଜନ୍ମ ଶତବାର୍ଷିକୀ ବର୍ଷ (୧୯୨୧- ୨୦୨୧) ତାଙ୍କର ୧୦୦ତମ ଜୟନ୍ତୀ ୧୫ ଡିସେମ୍ବର ଦିନ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଓଡି଼ଶା ବିଧାନସଭା ପରିସରରେ କୋଭିଡ ନିୟମାବଳୀ ଅନୁପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ସାଙ୍କେତିକ ଭାବରେ ଅନୁଷ୍ଠାନର ସ୍ମାରକୀ ଉନ୍ମୋଚନ ପୂର୍ବକ ବାଚସ୍ପତି ଉଦ୍‌ଘାଟନ କରି ସ୍ୱର୍ଗତ ଧଳଙ୍କ ଓଡି଼ଆ ଭାଷା, ସାହିତ୍ୟ ପ୍ରତି ଥିବା ଅବଦାନ ସମ୍ପର୍କରେ ସୂଚନା ଦେଇ ତାଙ୍କର ସ୍ମୃତିରକ୍ଷା ଦିଗରେ ଓଡି଼ଶା ସାହିତ୍ୟ ଏକାଡେମୀକୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ ।

ଏଥିସହିତ ପ୍ରଫେସର ଧଳଙ୍କ ପ୍ରକାଶିତ ସମସ୍ତ ରଚନାବଳୀକୁ ନେଇ ଏକ ପୂର୍ଣ୍ଣାଙ୍ଗ ଗ୍ରନ୍ଥାବଳୀ ତଥା ଅପ୍ରକାଶିତ ରଚନାଗୁଡିକର ପ୍ରକାଶନ ଦିଗରେ ଅନୁଷ୍ଠାନ ଗୁରୁତ୍ୱ ଦେଉ ବୋଲି ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶତବାର୍ଷିକୀ ପରିଷଦ ଅଧ୍ୟକ୍ଷ, ବିଧାୟକ ସୁଧୀର କୁମାର ସାମଲ, ଆଡ୍‌ଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ, ଓଡି଼ଶା ସାହିତ୍ୟ ଏକାଡେମୀ ସଦସ୍ୟ, କବି ବାହାଦୂର ପାଟସାହାଣୀ, ଆବାହକ ରଙ୍ଗାଧର ଧଳ,

 

କାର୍ଯ୍ୟକାରୀ ସଭାପତି ଅପର୍ତ୍ତି ନାୟକ, ଉପସଭାପତି ମୁକୁନ୍ଦ ପ୍ରସାଦ ଧଳ, ବୈକୁଣ୍ଠନାଥ ବାରିକି, ସଦସ୍ୟ ପ୍ରଭାତ ନନ୍ଦ, ପ୍ରଭାତୀ ମହାପାତ୍ର, ରୁଦ୍ରମାଧବ ମହାପାତ୍ର ପ୍ରମୁଖ ଯୋଗଦେଇ ପ୍ରଫେସର ଧଳଙ୍କ ସ୍ମୃତିଚାରଣ କରିଥିଲେ । ସାଧାରଣ ସମ୍ପାଦକ ମନୋଜ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନ କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶଥାଉକି, ଏହି ଅବସରରେ ପ୍ରଫେସର ଧଳଙ୍କ ଜନ୍ମସ୍ଥାନ ଗଞ୍ଜେଇଡିହ ଠାରେ ସ୍ଥାନୀୟ ଛଦେଶ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକଶତ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Exit mobile version