ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା- ୫ ପରୀକ୍ଷାର୍ଥୀ ଅନୁପସ୍ଥିତ

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର ) ହିଞ୍ଜିଳିକାଟୁ :- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ତରଫରୁ ମଙ୍ଗଳବାର ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇ ଯାଇଛି।ଏହି ଉପଲକ୍ଷେ ହିଞ୍ଜିଳି ବ୍ଲକ ପାଇଁ ପୋୖରାଞ୍ଚଳ ସ୍ଥିତ ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଠାରେ ଉକ୍ତ ପରୀକ୍ଷା କେନ୍ଦ୍ର ଆୟୋଜିତ ହୋଇଥିଲା।କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଭାବେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ପରୀକ୍ଷା ନିୟନ୍ତ୍ରଣ ଦାୟିତ୍ୱ ନିର୍ବାହ କରିଥିଲେ।ବ୍ଲକ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଉପସ୍ଥିତ ରହି ପରୀକ୍ଷା

ପରିଚାଳନାର ତଦାରଖ କରିଥିଲେ। କୋଭିଡ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ଥର୍ମାଲ ସ୍କ୍ରିନିଂ ଓ ହ୍ୟାଣ୍ଡ ସାନିଟାଇଜେସନ ବ୍ୟବସ୍ଥା ସୁନିଶ୍ଚିତ ହୋଇଥିଲା। ମୋଟ ୧୦୦ ମାର୍କ ସକାଶେ ଉକ୍ତ ଦିନ ୧୦ଘଣ୍ଟା ଠାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସମୁଦାୟ ୧୭୯ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୭୪ ଜଣ କେନ୍ଦ୍ରରେ ଉପସ୍ଥିତ ଥିବା ବେଳେ ୫ ଜଣ ଅନୁପସ୍ଥିତ ଥିବା ସୂଚନା ମିଳିଛି।
(ରିପୋର୍ଟ ଶୁସାନ୍ତ ପ୍ରଧାନ) ହିଞ୍ଜିଳିକାଟୁ

Exit mobile version