ଫାସି ପଞ୍ଚାୟତରେ ବିଧାୟିକା ବିଲିପଡ଼ାକୁ ଆଦର୍ଶ ଗ୍ରାମ କରିବା ପାଇଁ ଘୋଷଣା I

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )କୋଦଳା :-ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ପଞ୍ଚାୟତର ଅବହେଳିତ ବିଲିପଡା ଗ୍ରାମକୁ ମାନନୀୟା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଗସ୍ତ କରି ସେହିଗ୍ରାମର ଲୋକମାନଙ୍କ ସହିତ ଆଲୋଚନା କରିବା ପରେ ଉକ୍ତ ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ଘୋଷଣା କରିବା ସହିତ ସେହି ସମୟରୁ ସମସ୍ତ ବିଭାଗିୟ ଅଧିକାରୀ ମାନଙ୍କୁ ଡାକି ସେମାନଙ୍କ ସହିତ ଆଲୋଚନା କରି ଗ୍ରାମବାସୀଙ୍କ ଅନୁରୋଧ ର ବକେୟା କାର୍ଯ୍ୟ କୁ ଶୀଘ୍ର ଆରମ୍ଭ କରି ଶେଷ କରିବାକୁ ପରାମର୍ଶ ଦେଇଥିଲେ! ବିଧାୟିକାଙ୍କ ଉପସ୍ଥିତି ରେ ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ,ସରପଞ୍ଚ ନବୀନ କୁମାର ଦଳେଇ,ଅଧ୍ୟକ୍ଷ୍ୟା ପ୍ରତିନିଧି ବିଜୟ କୁମାର ଦୋରା,ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ମଳିକ,ଡବ୍ଲେଇଓ ସୁମିତ୍ରା ସାହୁ, ଆରଡି, ଏମଆଇ ବ୍ଲକ ସ୍ତରୀୟ
ଅଧିକାରୀ ମାନେ ବିଲିପଡା ଗ୍ରାମକୁ ଆସି ଗ୍ରାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରିଛନ୍ତି।ବିଦ୍ୟୁତ, ଜଳସେଚନ,ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ଯବସ୍ଥା ସମେତ ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଲାଗୁ କରାଯିବ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟିକା। ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସରକାରଙ୍କ ନିୟମ ଅନୁସାରେ ଯେଉଁ ସବୁ ପଦକ୍ଷେପ ନିଆଯିବ ସେ ନେଇ ବିସୃତ ଭାବେ ଆଲୋଚନା କରା୍ଯାଇଥିଲା । ଆଦର୍ଶ ଗ୍ରାମ ହେବା ପର୍ଯ୍ୟନ୍ତ ଗ୍ରାମବାସୀ ତଥା ଯୁବ ଗୋଷ୍ଠୀର ଉଦ୍ୟମ ଅବ୍ୟାହତ ରଖିବାକୁ କହିବା ସହିତ ଅନବରତ ଭାବେ ଏହି ଗ୍ରାମକୁ ଫୋକସ୍ ରେ ରଖାଯିବ ବୋଲି ବିଧାୟିକା ଲତିକା ପ୍ରଧାନ ଗ୍ରାମବାସୀଙ୍କୁ କହିଛନ୍ତି ।ବିଧାୟିକାଙ୍କ ଏହି ଉଦ୍ୟମକୁ ପଞ୍ଚାୟତ ବାସି ପ୍ରଶଂସା କରିଛନ୍ତି।
(ରିପୋର୍ଟ- ଶେଷଦେବ ସାହୁ) ଗଞ୍ଜାମ ଜିଲ୍ଲା ବ୍ୟୁରୋ