ତିନୋଟି ବୃହତ ଖ୍ରୀଷ୍ଟିଆନ ସମିଳନୀ ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )ରାୟଗଡ :-ଗଜପତି ମଙ୍ଗଳବାର ଦିନ ଚାନ୍ଦିପୁଟ ଏକ ଚର୍ଚ୍ଚ ଗୃହ ଠାରେ ଜିଲ୍ଲାର ବିଭିନ୍ନ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଛି ସୁସମ୍ପର୍କ। ଏସଂକ୍ରାନ୍ତରେ ଏକ ଆଲୋଚନା ବୈଠକରେ ସଉରା ବାପଟିଷ୍ଟ ସମ୍ମିଳନୀ ଉତ୍କଳ ବାପଟିଷ୍ଟ ସମ୍ମିଳନୀ ଏବଂ କୁଇ ଖ୍ରୀଷ୍ଟିଆନ ସମାଜର ନେତୃବୃନ୍ଦ ତଥା ମୁଖ୍ୟ କର୍ମକର୍ତ୍ତା ଏକତ୍ରିତ ହୋଇ ଥିବା ଦେଖିବାକୁ ମିଳିଛି। ବିଶିଷ୍ଟ ସମାଜସେବୀ ତଥା ବିଜୁ ଜନତା ଦଳର ସଂଖ୍ୟାଲଘୁ ବିଭାଗର ସମ୍ପାଦକ ପଲ୍ଲବ ଲିମ୍ମାଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଥିବା ବିଶେଷ କରି ସାମାଜିକ ଓ ଆର୍ଥିକ ଅନଗ୍ରସରତା ଦୃରୀକରଣ ପାଇଁ ସମସ୍ତ ସଂଗଠନ ମିଳିତ ଉଦ୍ୟମ କରିବା ପାଇଁ ଆହ୍ବାନ ଦିଆଯାଇଛି। ପ୍ରଥମ କରି ଜିଲ୍ଲାର ତିନୋଟି ବୃହତ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ସମାଜର ନେତୃବୃନ୍ଦ ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ନିଜ ନିଜ ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି ଯାହାକୁ

 

ଗୁରୁତର ସହ ନେଇଛନ୍ତି ସାଧାରଣଲୋକ। ଜିଲ୍ଲାରେ ଆଦିବାସୀ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ସମ୍ପ୍ରଦାୟର ୧.୬୬ ହଜାର ଜନସଂଖ୍ୟା ଥିବା ବେଳେ ଓଡ଼ିଆ ଖ୍ରୀଷ୍ଟିଆନ ସଂଖ୍ୟାଲଘୁ ୬୦ ହଜାର ଏବଂ କୁଇ ଖ୍ରୀଷ୍ଟିଆନ ସମାଜରେ ପ୍ରାୟ ଏକ ଲକ୍ଷ ଜନସଂଖ୍ୟା ରହିଛି। ତେବେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ସାମାଜିକ ଓ ଆର୍ଥିକ ବିଶେଷ କରି ରାଜନୈତିକ ଅଧିକାରରୁ ବଞ୍ଚିତ ହୋଇ ଆସୁଛନ୍ତି। ସରକାରଙ୍କ ସଂରକ୍ଷଣ ବ୍ୟବସ୍ଥା ହେଉ କି ଛାତ୍ରଛାତ୍ରୀଙ୍କ ବୃତ୍ତି ତଥା ବିଭିନ୍ନ ସଂଖ୍ୟାଲଘୁ ଅନୁଦାନ ପାଉନଥିବା ସମ୍ପର୍କରେ ଆଲୋଚନା ହୋଇଛି। ନିଶ୍ଚିତ ଭାବରେ ଆଗମିଦିନରେ ଖ୍ରୀଷ୍ଟିୟାନ ଲଘୁ ସମ୍ପ୍ରଦାୟ ର ବିଗତ ଦିନର ପ୍ରୟାସ ଧୀରେ ଧୀରେ ସଫଳ ହେବାରେ ଲାଗିଛି ଏବଂ ଉକ୍ତ ସମ୍ପ୍ରଦାୟ

ସମସ୍ତେ ଗୋଟିଏ ଭାବପୁର୍ଣ ହୋଇ l ବର୍ତ୍ତମାନ ସମୟ ଠାରୁ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି ଉକ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାଙ୍କ ସହ ଆଲୋଚନା କରିଛନ୍ତି l ରାଜ୍ୟ ବିଜୁ ଜନତା ଦଳର ସଂଖ୍ୟାଳଗୁସେଲ ର ସାଧାରଣ ସମ୍ପାଦକ ପଲ୍ଲବ କୁମାର ଲିମା l ଉକ୍ତ ବୈଠକରେ ତିନୋଟି ବୃନ୍ଦ ମନୋଜ ବଡ଼ନାୟକ ,ଡ଼. ବିନୟ କୁମାର ବର୍ଦ୍ଧନ ,ଡ଼. ବିଶ୍ୱଜିତ ପାଣି ସୁଥିର ଲିମା ପ୍ରମୁଖ ଉପସ୍ଥିତ ଥିଲେ l  ( ରିପୋର୍ଟ-ସଞ୍ଜୀବ କୁମାର ପାଣି )

Exit mobile version