ଅସହାୟ ଶିଶୁ କୁ ଅସ୍ରପଚାର କରାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୧୬ ଡିସେମ୍ବର ବୁଧବାର )ବରଗଡ଼ :- ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅମ୍ବାପାଲି ଗ୍ରାମ ର ଲିପୁନ ବାଗ୍ (12) ଦୁର୍ଘଟଣା ରେ ଗୋଟିଏ ହାତ ଭାଙ୍ଗି ହାତ ରେ ରଡ ଲାଗି ଥିଲା। ଏହି ପରିବାର ର ଅବସ୍ତା ଅତି ଖରାପ ଥିବା ରୁ ଅସ୍ରପଚାର କରିବା ପାଇଁ ସମ୍ଭବ ହୋଇ ପାରୁନଥିଲା ଯାହାକି ଯିବନ ଯତ୍ରଣା ରେ ଜୀବନ କଟୁଥିଲା ଏକଥା ଜନ କଲ୍ୟାଣ ସେବା ଟ୍ରଷ୍ଟ ଆଖି ନଜର କୁ ଆସିଲା ଅନୁଷ୍ଠାନ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠାନ ର

ମହିଳା ଟିମ୍ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ଜଣେ ସକ୍ରିୟ ସହଯୋଗୀ ଶ୍ରୀ ସନ୍ତୋଷ କୁମାର ଦାଶ ଙ୍କ ଓ ବିକାଶ ସ୍କୁଲ ର ଅଧ୍ୟକ୍ଷ ଙ୍କ ସହଯୋଗ ରେ ଆଜି ବିକାଶ ହସପିଟାଲ ରେ ଲିପୁନ ବାଗ ଙ୍କ ଅପରେସନ କରାଯାଇଛି। ଏଥି ପାଇଁ ସମସ୍ତ ଖର୍ଚ୍ଚ ପାଖାପାଖି 50000 ପାଖାପାଖି ଖର୍ଚ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଗଲା ଓ ଅନୁଷ୍ଠାନ ର ମହିଳା ପ୍ରମୁଖ ଶ୍ରୀମତୀ ମେନକା ବାଗ୍ ଓ ସଂପାଦିକା ଶ୍ରୀମତୀ ରିତାଞଲୀ ଦାଶ ସଭାପତି ଶ୍ରୀ ମୁକୁନ୍ଦ ଦାଶ ହସପିଟାଲ୍ ରେ ରହି ସମସ୍ତ ସହଯୋଗ\

କରିଥିଲେ। ଏହି ସମୟରେ ଲିପୁନ ର ବାପା ଓ ମା ହସ୍ପିଟାଲ୍ ରେ ଉପସ୍ଥିତ ଥିଲେ। ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ହସ୍ପିଟାଲ୍ ର ସମସ୍ତ ଡାକ୍ତର ମାନଙ୍କୁ ଅନେକ ଅନେକ ସାଧୁବାଦ ଜଣାଉଛୁ। ପ୍ରକାଶ ଥାଉକି ଏହି ଶିଶୁ ସପୂଣ୍ନ ସୁସ୍ଥ ହେଲା ପରେ ତାଙ୍କ ପାଖ ପଢାର ସମସ୍ତ ଖର୍ଚ୍ଚ ଜନ କଲ୍ୟାଣ ସେବା ଟ୍ରଷ୍ଟ ବହନ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କଲେ ସଭାପତି ଶ୍ରୀ ମୁକୁନ୍ଦ ଦାଶ।

Exit mobile version